Below header

ଭାଙ୍ଗିଲେନି ମନୋବଳ, ଭୁଲିବାକୁ ଦେଲେନି ସ୍ବପ୍ନ : ସହିଦ ସ୍ବାମୀ ସମୀରଙ୍କ ପରି ବାୟୁସେନାରେ ସାମିଲ ହେବେ ଗରୀମା

୧ ଫେବ୍ରୁୟାରୀ ୨୦୧୯ରେ ମିରାଜ-୨୦୦୦ ଯୁଦ୍ଧ ବିମାନ କ୍ରାଶ୍ ହେବା କାରଣରୁ ସହୀଦ ହୋଇଥିବା ସ୍କ୍ବାଡ୍ରୋନ ଲିଡର ସମୀର ଅବରୋଲଙ୍କ ପତ୍ନୀ ଗରୀମା ଅବରୋଲ ଶୀଘ୍ର ବାୟୁସେନାରେ ସାମିଲ ହେବେ। ସେ ନିଜର ଏବଂ ସହୀଦ ସ୍ବାମୀଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ସର୍ଭିସ ସିଲେକସନ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସମୀରଙ୍କ ବାପାଙ୍କ କହିବାନୁଯାୟୀ ଗରୀମା ଜାନୁଆରୀ ୨୦୨୦ ମଧ୍ୟରେ ବାୟୁସେନାରେ ସାମିଲ ହୋଇଯିବେ। ସମୀରଙ୍କୁ ସ୍ବାମୀ ଭାବରେ ପାଇବା ପରେ ଗରୀମା ନିଷ୍ପତ୍ତି ନେଇଥିଲେ ଯେ ସେ ମଧ୍ୟ ସ୍ବାମୀଙ୍କ ଭଳି ବାୟୁ ସେନାରେ ସାମିଲ ହେବେ।

sameerସ୍ବାମୀ ସହିଦ ହେବା ପରେ ଗରୀମା ପଛକୁ ବୁଲି ଚାହିଁନାହାନ୍ତି କି ନିଜ ସ୍ବପ୍ନକୁ ମାରିଦେଇନାହାନ୍ତି। ସେ ପଢ଼ା ଆରମ୍ଭ କରିଥିଲେ ଏବଂ ବାୟୁସେନାରେ ସାମିଲ ହେବା ପାଇଁ ଏସଏସବି ପରୀକ୍ଷା ପାସ୍ କରିନେଇଛନ୍ତି। ସମୀରଙ୍କ ବାପା ସଞ୍ଜୀବ ଅବରୋଲ ଏବଂ ମା’ ସୁଷମା ଅବରୋଲ ଜଣାଇଛନ୍ତି ଯେ ଗରୀମା ଏହି ପରୀକ୍ଷା ପାସ୍ କରିବା ପାଇଁ ବହୁତ କଠୀନ ପରିଶ୍ରମ କରିଥିଲେ ଏବଂ ତାଙ୍କୁ ପରିଶ୍ରମର ଫଳ ମିଳିଛି।

ଏହା ସହ ପଢ଼ନ୍ତୁ : ଏଣିକି ସହଜରେ ଯାଇପାରିବ ଭାରତୀୟ ବିମାନ, ନିଜ କ୍ଷେତ୍ରରୁ ପ୍ରତିବନ୍ଧକ ହଟାଇଲା ପାକିସ୍ତାନ

ଗରୀମା ବାୟୁସେନାର ପ୍ରସାସନିକ ଟୀମରେ ସାମିଲ ହେବେ। ତାଙ୍କର ଏହି ଉପଲବ୍ଧି ଆମ ସମସ୍ତଙ୍କର ଗୌରବ ବଢ଼ିବ। ଗରୀମାଙ୍କର ଏହି ଉପଲବ୍ଧି ସେହି ମହିଳାଙ୍କ ପାଇଁ ଉଦାହରଣ ଅଟେ ଯେଉଁମାନେ ସବୁବେଳେ ଚିନ୍ତାରେ ଭାଙ୍ଗି ପଡନ୍ତି। ଏହି ସମୟରେ ମହିଳାଙ୍କୁ ଗରୀମାଙ୍କ ଠାରୁ ଶିଖିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.