ଏଣିକି ଗଛର ଭାବନାକୁ ବୁଝିବ ଏହି ସ୍ମାର୍ଟ କୁଣ୍ଡ, ଅଲଗା ଅଲଗା ଚେହେରା କରି ଲୋକଙ୍କୁ ଦେବ ପ୍ରତିକ୍ରିୟା

ମଣିଷ ମାନଙ୍କ ପରି ଗଛର ମଧ୍ୟ ଅଛି ଭାବନା। ହେଲେ ଏମାନେ ମଣିଷଙ୍କ ପରି ଏହାକୁ ବ୍ଯକ୍ତ କରିପାରନ୍ତିନି । ଯେଉଁମାନେ ଘରେ ଗଛ ଲଗାଇବାକୁ ପସନ୍ଦ କରନ୍ତି ସେମାନେ ଜାଣିପାରନ୍ତିନି ରଖିଥିବା ସ୍ଥାନରେ ଗଛଟି ଖୁସି ଅଛି କି ନାହିଁ । କେତେବେଳେ ପାଣି ଦେବେ , କେତେ ପାଣି ଦେବେ, କେତେବେଳେ ଛାଇକୁ ଆଣିବେ ଏସବୁ ଜଣା ପଡେନାହିଁ ।

ଏବେ ଏହା ଜାଣିବା ଅତି ସହଜ । ଗଛର ଇମୋସନକୁ ବୟାନ୍ କରିବାକୁ ଆସିଲା ସ୍ମାର୍ଟ କୁଣ୍ଡ । ୟୁରୋପିୟ କମ୍ପାନୀ ଏମୟୁ ଡିଜାଇନ୍ ଆଣିଛି ଏହି ସ୍ମାର୍ଟ କୁଣ୍ଡ । ଏଥିରେ ଲାଗିଛି ଅନେକ ଗୁଡିଏ ଖାସ୍ ସେନ୍ସର । ଯାହା ୧୫ ଭିନ୍ନ ଭିନ୍ନ ପ୍ରକାର ଫେସ ଇମୋସନ୍ ମାଧ୍ୟମରେ ଗଛର ଅବସ୍ଥା ଜଣାଇବ । ଯାହା ଫଳରେ ଆପଣ ଗଛର ଉପଯୁକ୍ତ ଯତ୍ନ ନେଇପାରିବେ ।

Smart planterଚଳିତ ବର୍ଷ ଡିସେମ୍ବର ସୁଦ୍ଧା ମାର୍କେଟକୁ ଆସିପାରେ ଏହି ସ୍ମାର୍ଟ କୁଣ୍ଡ । ଏହାର ସାମ୍ନାରେ ୨.୪ ଇଂଚର ଏଲସିଡି ଆଇପିଏସ୍ ଡିସପ୍ଲେ ଅଛି ଯେଉଁଥିରେ ଇମୋସନ୍ ଦେଖାଯାଇଥାଏ । ଏହା ପାଣିର ଆବଶ୍ଯକତା ପଡିଲେ, ଅଧିକ ଥଣ୍ଡା କିମ୍ବା ଗରମ ହେଲେ ଅଲଗା ଅଲଗା ଇମୋସନ୍ ମାଧ୍ୟମରେ ୟୁଜରକୁ ଆଲର୍ଟ କରିଥାଏ । ଅଧିକ ଥଣ୍ଡା ହେଲେ ଦାନ୍ତ କାମୁଡିବା, ଅଧିକ ଗରମ ହେଲେ ଝାଳ ବାହରିବା ଫେସ୍ କରିଥାଏ । ସେହିପରି ଅଧିକ ଲାଇଟ୍ ହେଲେ ବଙ୍କା ନଜର ଏବଂ ଅଧିକ ପାଣି ହେଲେ ବେମାର ହେବାର ଫେସ୍ ବନାଇଥାଏ । ଆଉ ସବୁ ଠିକ୍ ଥିଲେ ହାପି ଫେସ୍ ବନାଇଥାଏ ।

ଏହା ସହ ପଢନ୍ତୁ ଚା’ ବିକ୍ରି କରି ମାଗଣାରେ ଦେଉଛନ୍ତି NEET ପାଇଁ କୋଚିଙ୍ଗ, ଜାଣନ୍ତୁ ଜୀବନରେ ହାର୍ ମାନିନଥିବା ଏହି ମହାନ୍ ବିକ୍ତିତ୍ବଙ୍କ ବିଷୟରେ

Smart-planterଏହି ସ୍ମାର୍ଟ କୁଣ୍ଡକୁ ମୋବାଇଲ୍ ଆପ୍ ମାଧ୍ୟମରେ ଅପରେଟ୍ କରିପାରିବେ । ଏହି ସ୍ମାର୍ଟ କୁଣ୍ଡକୁ QR କୋର୍ଡ ସ୍କାନ ମାଧ୍ୟମରେ କନେକ୍ଟ କରାଯାଇଥାଏ । ବର୍ତ୍ତମାନ ଏହା ବିକ୍ରି ପାଇଁ ଉପଲବ୍ଧ ନାହିଁ । ଡେଭଲପର୍ସ ଏହାର ମାନ୍ଯୁଫାକ୍ଚରିଂ ଏବଂ କ୍ଯାମ୍ପେନ୍ ପାଇଁ ଫଣ୍ଡ ଯୋଗାଡ କରୁଛନ୍ତି । ଏହି ସ୍ମାର୍ଟ କୁଣ୍ଡ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ମାର୍କେଟକୁ ଆସିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.