Below header

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ସେଣ୍ଟ୍ରାଲ ଫୋର୍ସ ମୁତୟନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ରାଜ୍ୟ ସରକାର ଓ ରାଜ୍ୟ କମିଶନ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବଳ (ସେଣ୍ଟ୍ରାଲ ଫୋର୍ସ) ମୁତୟନକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବଳ ମୁତୟନ ନେଇ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

କୋଲକାତା : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବଳ (ସେଣ୍ଟ୍ରାଲ ଫୋର୍ସ) ମୁତୟନକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବଳ ମୁତୟନ ନେଇ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଗତ ୧୫ ତାରିଖରେ ହାଇକୋର୍ଟ ପଶ୍ଚିମବଙ୍ଗର ସବୁ ଜିଲ୍ଲାରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ମୁତୟନ ନେଇ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ରାଜ୍ୟ ନିର୍ବାଚନ କମିସନଙ୍କୁ ୪୮ ଘଣ୍ଟା ଭିତରେ କେନ୍ଦ୍ରୀୟ ବଳଙ୍କୁ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କର ି ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ କମିସନ ସୁପ୍ରିମକୋର୍ଟ ଯାଇଛନ୍ତି ।

କଲିକତା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଟିଏସ ଶିଭାଗନାନମ ଓ ବିଚାରପତି ଉଦୟ କୁମାର ନିର୍ଦ୍ଦେଶ ଦେଇଥିଲେ ଯେ କେବଳ ସମ୍ବେଦନଶୀଳ ଅଂଚଳରେ ନୂହେଁ ରାଜ୍ୟର ସବୁ ଅଂଚଳରେ କେନ୍ଦ୍ରୀୟ ବଳକୁ ନିଯୁକ୍ତି କରାଯାଉ । ଏହାକୁ ବିରୋଧ କରି ଆସନ୍ତାକାଲି ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିଶନ ପୃଥକ ଭାବେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିବେ ବୋଲି ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଏହାକୁ ଦୃଢ଼ଭାବେ ବିରୋଧ କରିଥିଲା ଯେ ରାଜ୍ୟରେ ସେଣ୍ଟ୍ରାଲ ଫୋର୍ସର କୌଣସି ଆବଶ୍ୟକତା ନାହିଁ । ଯେଉଁଥିପାଇଁ ରାଜ୍ୟ ସରକାର ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.