ଉଧାର ଆଣି ପତଞ୍ଜଳିର ଆରମ୍ଭ କରିଥିଲେ ବାବା ରାମଦେବ, କମ୍ପାନୀର ବାର୍ଷିକ ଟର୍ନ ଓଭର ୪୦ ହଜାର କୋଟି

ଉଧାର ଆଣି କମ୍ପାନୀ ଆରମ୍ଭ କରିଥିଲେ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ । ଆଚାର୍ଯ୍ୟ ବାଳକୃଷ୍ଣଙ୍କ ମୋଟ ସମ୍ପତି ୨୯ ହଜାର ୬୮୦ କୋଟି । ଏହାସହ କମ୍ପାନୀର ବାର୍ଷିକ ଟର୍ନ ଓଭର ରହିଛି ୪୦ ହଜାର କୋଟି ।

କେନ୍ୟୁଜ୍(ବ୍ୟୁରୋ): ଉଧାର ଆଣି କମ୍ପାନୀ ଆରମ୍ଭ କରିଥିଲେ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ । ଆଜି କମ୍ପାନୀର ବାର୍ଷିକ ଟର୍ନ ଓଭର ୪୦ ହଜାର କୋଟି । ସ୍କଟଲାଣ୍ଡରେ ରହିଛି ୨ ମିଲିୟନ ପାଉଣ୍ଡର ଏକ ଦ୍ବିପ । ବାବା ରାମଦେବ ଦିନେ କହିଥିଲେ ଦିବ୍ୟା ଫାର୍ମାସୀକୁ ରେଜିଷ୍ଟ୍ରେସନ କରିବା ପାଇଁ ତାଙ୍କ ପାଖରେ ପଇସା ନାହିଁ । ଏହି କଥାରେ ସୁନିତା ଓ ତାଙ୍କ ସ୍ବାମୀ ବାବା ରାମଦେବଙ୍କୁ ଋଣ ଦେଇଥିଲେ । ଏହାସହ ଗୋବିନ୍ଦ ଅଗ୍ରୱାଲ ନାମକ ଜଣେ ବ୍ୟାକ୍ତି ବାବା ରାମଦେବଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ ।

ରାମଦେବଙ୍କ ଯୋଗ ଶିବିରରେ ଯୋଗ ଦେବାପରେ ସୁନିତା ତାଙ୍କର ଓଜନ କମାଇବାରେ ସଫଳ ହୋଇଥିଲେ । ଏଥିରେ ଖୁସିହୋଇ ସେ ଏହି ଦ୍ବିପକୁ ଦାନ ଆକାରରେ ଦେଇଥିଲେ । ସୁନିତା ୟୁକେ ପତଞ୍ଜଳି ପୀଠର ଟ୍ରଷ୍ଟି ରହି ଆସିଛନ୍ତି । ସେଠାରେ ସେ ଲୋକଙ୍କୁ ଯୋଗ ଶିକ୍ଷା ଦେଇଥାନ୍ତି ।

ସରୱାନ ବିହାରରେ ଜନ୍ମ ହୋଇଥିବା ବେଳେ ସୁନିତା ମୁମ୍ବାଇରେ ଜନ୍ମ ହୋଇଥିଲେ । ସୁନିତାଙ୍କ ପିଲାଦିନ କାଠମାଣ୍ଡୁରେ କଟିଥିଲା । ସରୱାନଙ୍କ ବାପା ଗ୍ଲାସଗୋ ସହରରେ ଡାକ୍ତର ରହିଥିଲେ । ସରୱାନଙ୍କୁ ବିବାହ କଳାପରେ ସୁନିତା ଗ୍ଲାସଗୋକୁ ଚାଲି ଯାଇଥିଲେ । ସେମାନେ ୨ ମିଲିୟନ ପାଉଣ୍ଡରେ ଏକ ଦ୍ବିପ କିଣିଥିଲେ । ଯାହାର ନା ଥିଲା ଲିଟିଲ କୁମ୍ବ୍ରାଇ । ୨୦୦୯ରେ ଏହାକୁ ସେମାନେ ବାବା ରାମଦେବଙ୍କୁ ଭେଟି ଆକାରରେ ଦେଇଥିଲେ । ୨୦୧୧ରେ ଉଭୟଙ୍କ କମ୍ପାନରେ ୧୨.୪୬ ଲକ୍ଷ ଲେଖାଁଏ ସେୟାର ରହିଥିଲା । କମ୍ପାନୀରେ ତାଙ୍କର ୭.୨ ପ୍ରତିଶଧ ଅଂଶଧନ ରହିଥିଲା । ଆଚାର୍ଯ୍ୟ ବାଳକୃଷ୍ଣଙ୍କ ପରେ ଏହି ଦମ୍ପତିଙ୍କ ଅଂଶଧନ ସବୁଠୁ ଅଧିକ ରହିଛି । ଆଚାର୍ଯ୍ୟ ବାଳକୃଷ୍ଣଙ୍କ କମ୍ପାନୀରେ ୯୨ ପ୍ରତିଶତ ସେୟାର ରହିଛି ।

ଗତ ଆର୍ଥିକ ବର୍ଷରେ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ୮୮୬.୪୪କୋଟିର ଲାଭ କରିଛି । ଆଚାର୍ଯ୍ୟ ବାଳକୃଷ୍ଣଙ୍କ ମୋଟ ସମ୍ପତି ୨୯ ହଜାର ୬୮୦ କୋଟି ରହିଛି । ଏହାସହ କମ୍ପାନୀର ବାର୍ଷିକ ଟର୍ନ ଓଭର ରହିଛି ୪୦ ହଜାର କୋଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.