ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ ଗିରଫ, ଆୟଠୁ ୨୬୮ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି

ଭୁବନେଶ୍ୱରରେ ଅଛି ୫ଟି ବହୁ ତଳ କୋଠା । ସେଭିତରୁ ରାଜାରାଣୀ କଲୋନୀ ପାଖରେ ୮ ହଜାର ବର୍ଗ ଫୁଟ ଜମିରେ ରହିଛି ଦେଢ଼ କୋଟି ଟଙ୍କାର ଘର । ସେହିପରି ନିମାପଡ଼ାରେ ଗୋଟିଏ ଫାର୍ମ ହାଉସ, ଗୋଟିଏ ମାର୍କେଟ କଂପ୍ଲେକ୍ସ ଥିବା ଜଣାଯାଇଛି ।

କେନ୍ୟୁଜ୍(ବ୍ୟୁରୋ): କୋଟିପତି ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ ଗିରଫ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍‌ସ । ନୟାଗଡ଼ର ପୂର୍ବତନ ସିଏସଓ ବ୍ରଜେନ୍ଦ୍ରଙ୍କ ଆୟଠୁ ୨୬୮ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି । ବ୍ରଜେନ୍ଦ୍ରଙ୍କ ବ୍ୟାଙ୍କ ଲକରରୁ ୬୪୪.୪୫ ଗ୍ରାମ ଓଜନର ସୁନା ଅଳଙ୍କାର ଠାବ ହୋଇଛି ।

ଭୁବନେଶ୍ୱରରେ ଅଛି ୫ଟି ବହୁ ତଳ କୋଠା । ସେଭିତରୁ ରାଜାରାଣୀ କଲୋନୀ ପାଖରେ ୮ ହଜାର ବର୍ଗ ଫୁଟ ଜମିରେ ରହିଛି ଦେଢ଼ କୋଟି ଟଙ୍କାର ଘର । ସେହିପରି ନିମାପଡ଼ାରେ ଗୋଟିଏ ଫାର୍ମ ହାଉସ, ଗୋଟିଏ ମାର୍କେଟ କଂପ୍ଲେକ୍ସ ଥିବା ଜଣାଯାଇଛି । ଏଥିସହ ତାଙ୍କ ନାଁରେ ରହିଛି ୭ଟି ପ୍ଲଟ୍‌ । ଘରେ ଚଢ଼ାଉ ବେଳେ ୬୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ଜଣାପଡ଼ିଛି । ବ୍ରଜେନ୍ଦ୍ରଙ୍କର ଗୋଟିଏ କାର ଓ ଦୁଇଟି ବାଇକ ଜବତ ହୋଇଛି । ଏଯାଏ ତାଙ୍କର ତିନି କୋଟିର ସମ୍ପତ୍ତି ଠାବ କରିଛି ଭିଜିଲାନ୍‌ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.