Below header

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ପୁରାତନ ଶିକ୍ଷାର୍ଥୀଙ୍କ ବନ୍ଧୁ ମିଳନ ଉତ୍ସବ

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ

ଭୁବନେଶ୍ୱର (କେନ୍ୟୁଜ୍‌) : ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ । ଭୁବନେଶ୍ୱର ତମାଣ୍ଡୋ ନିକଟ ମହାବିଦ୍ୟାଳୟର ନିଜସ୍ୱ କ୍ୟାମ୍ପସରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉତ୍ସବରେ ପ୍ରାୟ ୨ ଶହ ଜଣ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ତେବେ ଅନେକ ବର୍ଷ ପରେ ପରସ୍ପର ସହ ସାକ୍ଷାତ ହେବାରୁ ପୁରୁଣା ସ୍ମୃତିକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଥିଲା ।

ଏହି କାର୍ଯ୍ୟକ୍ରମରେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶାରୀରିକ ଶିକ୍ଷକଙ୍କ ଭୂମିକା ଏବଂ ମହାବିଦ୍ୟାଳୟର ବିକାଶ କ୍ଷେତ୍ରରେ ପୁରାତନ ଶିକ୍ଷାର୍ଥୀଙ୍କ ଭୂମିକା ସମ୍ପର୍କରେ କହିଥିଲେ । ଅନ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଅଶୋକ କୁମାର ନାୟକ, ବର୍ତ୍ତମାନର ଅଧ୍ୟକ୍ଷ ଦେବେନ୍ଦ୍ରେ ନାଥ ବେହେରା, ମଣିପୁର ସ୍ଥିତ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଶ୍ୟାମ ସୁନ୍ଦର ରଥ ପ୍ରମୁଖ ଯୋଗ ଦେଇଥିଲେ ।

PHYSICAL EDUCATION STUDENTS

ଏହି ଅବସରରେ ପୁରାତନ ଅଧ୍ୟାପକ ବିରଞ୍ଚି ଚରଣ ଜେନାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ସଂସଦର ଅଧ୍ୟକ୍ଷ ଡ. ମନମୋହନ ରାଉତ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ସମିମ୍‌ ଖାନ୍‌ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ । ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.