Below header

କୋଚ୍‌ ବିହାରରେ କେନ୍ଦ୍ର ମନ୍ତ୍ରୀ ନୀତିଶ ପ୍ରମାଣିକଙ୍କ ଗାଡି ଉପରେ ଆକ୍ରମଣ, ତୃଣ ମୂଳ କଂଗ୍ରେସକୁ ଦୋଷ ଦେଲା ବିଜେପି

ପଶ୍ଚିମ ବଙ୍ଗ କୋଚ ବିହାରରେ କେନ୍ଦ୍ର ମନ୍ତ୍ରୀ ନୀତିଶ ପ୍ରମାଣିକଙ୍କ ଗାଡ଼ି ଉପରେ ଆଜି (ଣନିବାର) ହୋଇଛି ଆକ୍ରମଣ । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସେମାନଙ୍କ ନୋମିନେସନ ପେପର ଯାଞ୍ଚ ପାଇଁ ଛଡା ଯାଉନାହିଁ । ମୋତେ ଏଠାରେ ଆକ୍ରମଣ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କୋଲକାତା : ପଶ୍ଚିମ ବଙ୍ଗ କୋଚ ବିହାରରେ କେନ୍ଦ୍ର ମନ୍ତ୍ରୀ ନୀତିଶ ପ୍ରମାଣିକଙ୍କ ଗାଡ଼ି ଉପରେ ଆଜି (ଣନିବାର) ହୋଇଛି ଆକ୍ରମଣ । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସେମାନଙ୍କ ନୋମିନେସନ ପେପର ଯାଞ୍ଚ ପାଇଁ ଛଡା ଯାଉନାହିଁ । ମୋତେ ଏଠାରେ ଆକ୍ରମଣ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ବିଜେପି ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟକୁ ଛଡାଇ ନିଆ ଯାଉଛି ଓ ସେମାନଙ୍କୁ ପୋଲିସ ଆଗରେ ପିଟା ଯାଉଛି । ତାଙ୍କୁ ମଧ୍ୟ ତୃଣ ମୂଳ କଂଗ୍ରେସ (ଟିଏମସି) ର ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି ଏବଂ ପୋଲିସ ସେମାନଙ୍କୁ ସହଯୋଗ କରୁଛି ।

ବିଡିଓ ଅଫିସ ଭିତରେ ବିଜେପି ମହିଳା କର୍ମୀଙ୍କୁ ଅସଦାଚରଣ କରାଯାଉଛି । ବହୁ ବିଜେପି ପ୍ରାର୍ଥୀ ଆକ୍ରମଣରେ ଗୁରୁତର ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପ୍ରମାଣିକ କହିଛନ୍ତି ।

ବିଜେପି କେନ୍ଦ୍ରମନ୍ତ୍ରୀଙ୍କୁ ଏପରି ଆକ୍ରମଣର ନିନ୍ଦା କରିଛି । ଯଦି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଅବସ୍ଥା ଏପରି , ସାଧାରଣ ଲୋକେ କିପରି ଏଠାରେ ବଂଚୁଛନ୍ତି ତାହା ବିଚାରଯୋଗ୍ୟ ବୋଲି ଦଳର ରାଜ୍ୟ ମୁଖ୍ୟ ସୁକାନ୍ତ ମଜୁମଦାର କହିଛନ୍ତି ।

ପ୍ରକାଶଯୋଗ୍ୟ, ପଶ୍ଚିମ ବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ଜୁନ ୧୫ ନୋମିନେସନ ଦାଖଲର ଶେଷ ତାରିଖ ଥିଲା । ଜୁଲାଇ ୮ ରେ ପଶ୍ଚିମ ବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନର୍ବାଚନ ପାଇଁ ୭୫,୦୦୦ ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.