କୋର୍ଟରେ ଟ୍ରମ୍ପଙ୍କୁ ଦେଖି ଦୁଃଖୀ ହେଲେ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲ, ଜେଲଦଣ୍ଡ କରିବା ଅନୁଚିତ ବୋଲି କହିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ମନ ବଦଳାଇଲେ ପର୍ଣ୍ଣଷ୍ଟାର ଷ୍ଟର୍ମି । କୋର୍ଟରେ ଟ୍ରମ୍ପଙ୍କୁ ଦେଖି ଦୁଃଖ ପ୍ରକାଶ କଲେ । ତାଙ୍କୁ ଟଙ୍କା ଦେବା ଘଟଣାରେ ଟ୍ରମ୍ପଙ୍କୁ ଜେଲଦଣ୍ଡ ଅନୁଚିତ ବୋଲି କହିଲେ ଷ୍ଟର୍ମି । ରାଷ୍ଟ୍ରପତି ନିର୍ବାଚନ ସମୟରେ ପର୍ଣ୍ଣଷ୍ଟାର ଷ୍ଟର୍ମିଙ୍କୁ ଅନୈତିକ ସଂପର୍କ ନେଇ ଚୁପ୍‌ ରହିବାକୁ ଟଙ୍କା ଦେଇଥିଲେ ଟ୍ରମ୍ପ ।

ନ୍ୟୁଓ୍ଵର୍କ : ପ୍ରଥମେ ଅଭିଯୋଗ ଆଣିଲେ। ଏବେ କିନ୍ତୁ ନିଜ ହୃଦୟ ତରଳାଇଲେ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲ ଏବେ ମନ ବଦଲାଇଛନ୍ତି। ତାଙ୍କୁ ଅର୍ଥ ପ୍ରଦାନ ଘଟଣାକୁ ଲୁଚାଇବା ନେଇ ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟ ଟ୍ରମ୍ପଙ୍କୁ ଜେଲଦଣ୍ଡ କରିବା ଅନୁଚିତ ବୋଲି କହିଛନ୍ତି ଷ୍ଟର୍ମି ।

୨୦୧୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କୁ ଟଙ୍କା ଦେଇ ମୁହଁ ବନ୍ଦ ରଖିବା ଘଟଣାରେ ଡୋନାଲ୍‌ଡ ଟ୍ରମ୍ପ ଏମିତି କିଛି ଅପରାଧ କରିନାହାନ୍ତି ଯେ ତାଙ୍କୁ ଜେଲଦଣ୍ଡ ଆବଶ୍ୟକ। ପିଅର୍ସ ମୋର୍ଗାନ ଅନ୍‌ସେନ୍‌ସର୍ଡ ନାମକ ଟିଭି ସୋରେ ସାକ୍ଷାତ କାଳ ବେଳେ ଏହା କହିଛନ୍ତି ଷ୍ଟର୍ମି।

କିନ୍ତୁ ଅନ୍ୟ କୌଣସି ଅପରାଧ ପାଇଁ ସେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଜେଲ ଦଣ୍ଡ ହୋଇପାରେ ବୋଲି କହିଛନ୍ତି ପର୍ଣ୍ଣଷ୍ଟାର। ମିଥ୍ୟା ବ୍ୟବସାୟିକ ଦସ୍ତାବିଜ ନେଇ ୩୪ଟି ମାମଲାରେ ମ୍ୟାନହଟନ କୋର୍ଟ ଏପ୍ରିଲ ୩ତାରିଖରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ତାଙ୍କ ସହ ସଂପର୍କ ନେଇ ମୁହଁ ଚୁପ ରଖିବାକୁ ୨୦୧୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଷ୍ଟର୍ମିଙ୍କୁ ଏକଲକ୍ଷ ୩୦ହଜାର ଡଲାର ପ୍ରଦାନ କରିଥିଲେ ରିୟଲ ଇଷ୍ଟେଟ ଟାଇକୁନ ଡୋନାଲ୍‌ଡ ଟ୍ରମ୍ପ। ୯୦ ମିନିଟର ସାକ୍ଷାତକାର ବେଳେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ଷ୍ଟର୍ମି।

ଟ୍ରମ୍ପଙ୍କ ସହ କୋର୍ଟରେ ମୁହାଁମୁହିଁ ବେଳେ କେମିତି ଅନୁଭବ ଥିଲା ବୋଲି ପ୍ରଶ୍ନ କରିଥିଲେ ହୋଷ୍ଟ। ଟ୍ରମ୍ପଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଦୁଃଖିତ ହୋଇଥିଲେ ବୋଲି କହିଛନ୍ତି। ଆବଶ୍ୟକ ପଡ଼ିଲେ କୋର୍ଟରେ ସାକ୍ଷୀ ମଧ୍ୟ ଦେବେ ବୋଲି କହିଛନ୍ତି ପର୍ଣ୍ଣଷ୍ଟାର ଷ୍ଟର୍ମୀ।

 

Leave A Reply

Your email address will not be published.