Below header

ପର୍ଯ୍ୟଟକଙ୍କ ମୁଣ୍ଡ ଉପରେ ଅତି ନିକଟରେ ଯାଉଛି ବିମାନ, ଭାଇରାଲ ହେଉଛି ଏହି ଲୋମଟାଙ୍କୁରା ଭିଡିଓ

ଗ୍ରୀସର ସ୍କିଥୋସ୍ ବିମାନବନ୍ଦରରେ ଏକ ବିମାନ ସୁପର୍ ଲୋ ଲ୍ୟାଣ୍ଡିଂ ବା ଖୁବ୍ କମ୍ ଉଚ୍ଚତାରେ ଅବତରଣ କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଫୁଟେଜ୍ ସେହି କ୍ଷଣକୁ କଏଦ୍ କରିଛି, ଯେତେବେଳେ ବ୍ରିଟିଶ୍ ଏୟାରୱେଜ୍ ବିମାନଟି ସମୁଦ୍ର କୂଳରେ ମଜା ନେଉଥିବା ପର୍ଯ୍ୟଟକଙ୍କ ମୁଣ୍ଡ ଉପରେ ଅତି ନିକଟରେ ଯାଉଛି। ଏହି ଲୋମଟାଙ୍କୁରା ଭିଡିଓକୁ ଲୋକପ୍ରିୟ ଚ୍ୟାନେଲ ‘Cargospotter’ ୟୁଟ୍ୟୁବରେ ସେୟାର କରିଛି, ଯାହାକି ବର୍ତ୍ତମାନ ସୁଦ୍ଧା ୨ ମିଲିୟନ ଭ୍ୟୁ ଅତିକ୍ରମ କରିସାରିଛି।

ଏହାସହ ପଢ଼ନ୍ତୁ: ଶାକାହାରୀ ଲାଗୁଥିବା ଏହି ସବୁ ଖାଦ୍ୟ ପ୍ରକୃତରେ ଆମିଷ, ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନି ସେବନ

ସ୍କିଥୋସ୍ ବିମାନବନ୍ଦରକୁ ତା’ର ସୁପର ଲୋ ଲ୍ୟାଣ୍ଡିଂ କାରଣରୁ ‘ୟୁରୋପର ସେଣ୍ଟ ମାର୍ଟନ’ ମାନ୍ୟତା ଦିଆଯାଇଛି। ଏକ ସମୁଦ୍ର ତଟ ନିକଟରେ ଅବସ୍ଥିତ ଏହି ବିମାନବନ୍ଦର ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ। ବିଶେଷକରି ସମୁଦ୍ର କୂଳରେ ବୁଲୁଥିବା ବେଳେ ଅଳ୍ପ ଉଚ୍ଚତାରେ ଯାଉଥିବା ବିମାନ ସହ ସେଲ୍ଫି ନେବାକୁ ପର୍ଯ୍ୟଟକ ଚେଷ୍ଟା କରିଥାଆନ୍ତି।

‘Cargospotter’ ଦର୍ଶାଇଛି ଯେ ଗ୍ରୀକ୍ ଆଇଲ୍ୟାଣ୍ଡର ପର୍ଯ୍ୟଟକ ଆକର୍ଷଣ ସ୍ଥାନ ମଧ୍ୟରେ ଏହି ବିମାନବନ୍ଦର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟି ଯାଇଛି। ଗତ ସପ୍ତାହରେ ବ୍ରିଟିଶ୍ ଏୟାରୱେଜ୍ ଏମ୍ବ୍ରାୟର ଇ୧୯୦ ବିମାନ ଏଭଳି ଭାବେ ଲୋ ଲ୍ୟାଣ୍ଡିଂ କରିଥିଲା, ଯାହାକି ଅତି ଅବିଶ୍ବସନୀୟ ଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.