ପ୍ରକାଶ ପାଇଲା ଯୁକ୍ତ ୩ ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ, ୧ଲକ୍ଷ ୮୮ହଜାର ୨୨୨ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ

ଭୁବନେଶ୍ବର(କେନ୍ୟୁଜ୍): ପ୍ରକାଶ ପାଇଲା ଯୁକ୍ତ ୩ ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ପ୍ରଥମ ପର୍ଯ୍ୟାୟ କଟ ଅଫ୍‌ରେ ୧ଲକ୍ଷ ୮୮ହଜାର ୨୨୨ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। କଟଅଫ୍‌ରେ ଆଗରେ ଅଛି ବିଜେବି କଲେଜ। ବିଜେବି କଲେଜରେ କଳା ସମ୍ମାନ(ଭୂଗୋଳ)ସର୍ବାଧିକ ୮୯ପ୍ରତିଶତ ରହିଛି। ସେହିପରି ବିଜ୍ଞାନ ସମ୍ମାନ(ଜୁଲୋଜି)ସର୍ବାଧିକ ୯୧.୫ପ୍ରତିଶତ, ବିଜ୍ଞାନ ସମ୍ମାନ(ଗଣିତ)ସର୍ବାଧିକ ୯୩.୫ପ୍ରତିଶତ ଓ ବିଜ୍ଞାନ ସମ୍ମାନ(ଫିଜିକ୍ସ)ସର୍ବାଧିକ ୯୨.୬୭ପ୍ରତିଶତ ରହିଛି। ବିଜ୍ଞାନ ସମ୍ମାନ(କେମେଷ୍ଟ୍ରି)ସର୍ବାଧିକ ୯୦.୮ପ୍ରତିଶତ ଓ ବିଜ୍ଞାନ ସମ୍ମାନ(ବଟନି) ସର୍ବାଧିକ କଟ ଅଫ୍‌ ମାର୍କ ରହିଛି ୮୮ପ୍ରତିଶତ। ଯୁକ୍ତ ୩ରେ ନାମଲେଖା ପାଇଁ ଆବେଦନ କରିଥିଲେ ୨ଲକ୍ଷ ୧୦ହଜାର ୪୪୬ ଛାତ୍ରଛାତ୍ରୀ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୪ ତାରିଖ ମଧ୍ୟରେ ହେବ। ଅଗଷ୍ଟ ୫ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ-ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୬ରୁ ୧୧ ମଧ୍ୟରେ ହେବ। ଅଗଷ୍ଟ ୮ରୁ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.