ବନ୍ୟା ବିଭୀଷିକାରେ ଶିଶୁର ସଳିଳ ସମାଧି, ଦେଖନ୍ତୁ ସେହି ହୃଦୟ ବିଦାରକ ଫଟୋ

ଏକ ହୃଦୟ ବିଦାରକ ଫଟୋ ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ପ୍ରବଳ ବର୍ଷା ଯୋଗୁ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିଭୀଷିକା ଭୟଙ୍କର ରୂପ ଧାରଣ କରିଛି। ବିହାରରେ କିଛି ଦିନ ଧରି ପ୍ରଳୟଙ୍କାରୀ ବନ୍ୟାର ତାଣ୍ଡବ ଜାରି ରହିଛି । ବନ୍ୟାରେ ୪୪ଜଣ ମୃତ୍ୟୁବରଣ କରିଥିବାବେଳେ ୭୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ପ୍ରାୟ ସବୁ ନଦୀ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ଏହି ସବୁ ମଧ୍ୟରେ ବିହାର ମୁଜଫରପୁରର ଶିୱାଇପଟ୍ଟୀ ଥାନା ଅନ୍ତର୍ଗତ ଶୀତଳପଟ୍ଟୀ ଗ୍ରାମର ଏକ ଶିଶୁର ଫଟୋ ସାମ୍ନାକୁ ଆସିଛି । ନଦୀରେ ବୁଡି ପ୍ରାଣ ହରାଇଥିବା ଶିଶୁଟିର ନାମ ଅର୍ଜୁନ।

ଏହା ସହ ପଢ଼ନ୍ତୁ : ଖେତରେ କାମ କରୁଥିବା ସମୟରେ ବୃଦ୍ଧଙ୍କୁ କାମୁଡି ଦେଲା ସାପ, ତା’ପରେ ହେଲା କିଛି ଏପରି…

ସୂଚନା ଅନୁଯାୟୀ ଶୀତଳପଟ୍ଟୀର ମୀନାପୁରର ନିବାସୀ ଶତ୍ରୁଘ୍ନ ରାମଙ୍କ ପତ୍ନୀ ରୀନା ଦେବୀ ବଗମତୀ ନଦୀ କୂଳରେ ଲୁଗା ସଫା କରିବାକୁ ଯାଇଥିଲେ ଏବଂ ତାଙ୍କ ସହିତ ତାଙ୍କର ଚାରୋଟି ସନ୍ତାନ ମଧ୍ୟ ଯାଇଥିଲେ । ନଦୀ କୂଳରେ ପିଲାମାନେ ଖେଳୁଥିବା ସମୟରେ ହଠାତ ଗୋଟିଏ ପିଲା ପାଣିରେ ଭାସି ଯାଇଥିଲା । ଭାସି ଯାଉଥିବା ପିଲାକୁ ବଞ୍ଚାଇବା ପାଇଁ ମାଆ ଏବଂ ଅନ୍ୟ ତିନି ଜଣ ପିଲା ପାଣିକୁ ଡେଇଁ ପଡିଥିଲେ କିନ୍ତୁ ପାଣିର ସ୍ରୋତ ତୀବ୍ର ଥିବାରୁ ପିଲା ଏବଂ ମା’ ବୁଡିଯାଇଥିଲେ । ସ୍ଥାନୀୟ ଲୋକମାନେ ଠିକ ସମୟରେ ମହିଳା ଏବଂ ତାଙ୍କ ଝିଅକୁ ଉଦ୍ଧାର କରିଥିବାବେଳେ ଅନ୍ୟ ତିନି ଜଣ ଶିଶୁ ପାଣିରେ ବୁଡି ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.