Below header

୬୯,୦୦୦ ସହାୟକ ଶିକ୍ଷକଙ୍କ ନିଯୁକ୍ତି ରାସ୍ତା ଏବେ ପରିଷ୍କାର, ବର୍ଦ୍ଧିତ କଟ୍‌ ଅଫ୍‌କୁ ଅନୁମତି ଦେଲେ ସୁପ୍ରିମ୍‌କୋର୍ଟ

୬୯ ହଜାର ସହାୟକ ଶିକ୍ଷକଙ୍କ ନିଯୁକ୍ତି ରାସ୍ତା ଏବେ ପରିଷ୍କାର। ଉତ୍ତର ପ୍ରଦେଶରେ ଚଳିତବର୍ଷ ସହାୟକ ଶିକ୍ଷକଙ୍କ ନିଯୁୁକ୍ତି ବର୍ଦ୍ଧିତ କଟ୍‌ ଅଫ୍‌ ଆଧାରରେ ହିଁ ହେବ। ଏନେଇ ସୁପ୍ରିମ୍‌କୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି। ଏହି ମାମଲା ରାଜ୍ୟରେ ୬୯,୦୦୦ ଆସିଷ୍ଟାଣ୍ଟ ଶିକ୍ଷକଙ୍କ ନିଯୁକ୍ତି ସହ ଜଡ଼ିତ ଥିଲା। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସମସ୍ତ ପଦକୁ ପୂରଣ କରିବା ରାସ୍ତା ପରିଷ୍କାର ହୋଇଛି।

ରାଜ୍ୟ ସରକାର ସହାୟକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରଥମରୁ ଘୋଷଣା ହୋଇଥିବା ସାଧାରଣ ବର୍ଗର ୪୫ ଓ ସଂରକ୍ଷିତ ବର୍ଗର ୪୦ କଟ୍‌ ଅଫ୍‌କୁ ବଢ଼ାଇ ୬୫ ଓ ୬୦ କରି ଦେଇଥିଲେ। ରାଜ୍ୟରେ ପୂର୍ବରୁ କାମ କରୁଥିବା ହଜାର ଶିକ୍ଷା ମିତ୍ର ଏହାକୁ ବିରୋଧ କରିଥିଲେ। ସେମାନେ କହିଥିଲେ ସ୍ଥାୟୀ ନିଯୁକ୍ତି ପାଇବାର ପ୍ରଥମ ଅଧିକାର ସେମାନଙ୍କର। ରାଜ୍ୟ ସରକାର ପରୀକ୍ଷା ଆୟୋଜିତ କରିବା ପରେ ଚୟନ ପ୍ରକ୍ରିୟା ମଧ୍ୟ ବଦଳାଇ ଦେଇଛନ୍ତି।

ଏହାକୁ ଅବୈଧ ବୋଲି ଶିକ୍ଷକମାନେ ଦାବି କରି ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍‌କୋର୍ଟ ସମସ୍ତ ଦିଗକୁ ତର୍ଜମା କରିବା ପରେ ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି। ଏଥିସହ ଖୁବ୍‌ଶୀଘ୍ର ୬୯,୦୦୦ ପଦ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.