Below header

ଆସନ୍ତା ୨୫ ତାରିଖକୁ ଘୁଞ୍ଚିଲା ଅଯୋଧ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ(କେନ୍ୟୁଜ୍): ଆସନ୍ତା ୨୫ ତାରିଖକୁ ଘୁଞ୍ଚିଲା ଅଯୋଧ୍ୟା ମାମଲାର ଶୁଣାଣି । ଆଜି ମଧ୍ୟସ୍ଥତା ଉପରେ ରୋକ୍‌ ଲଗାଇବା ପାଇଁ ଶୁଣାଣି ହୋଇଥିଲା । ମଧ୍ୟସ୍ଥତା ପ୍ୟାନେଲ୍‌କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜୁଲାଇ ୧୮ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ରିପୋର୍ଟ ଆସିବା ପରେ ଏହି ମାମଲାରେ ପ୍ରତିଦିନ ଶୁଣାଣି ହେବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କୋର୍ଟ । ମଧ୍ୟସ୍ଥତା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ, କୋର୍ଟ ଖୁବ୍‌ ଶୀଘ୍ର ଏହି ମାମଲାର ଶୁଣାଣି କରନ୍ତୁ ବୋଲି, ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆବେଦନକାରୀ ଗୋପାଳ ସିଂହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.