ଲୁହ କମାଇବ ଓଜନ, ସଂଧ୍ୟା ୭ ରୁ ରାତି ୧୦ ଟା ମଧ୍ୟରେ କାନ୍ଦିଲେ ହେବେ ପତଳା

କଣ ଆପଣ ବି ଜଣେ ସମ୍ବେଦନଶୀଳ ବ୍ୟକ୍ତି ? ଛୋଟ ଛୋଟ କଥାରେ କାନ୍ଦିପକାନ୍ତି ? ତେବେ ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ । କାରଣ କାନ୍ଦିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । ଏହା ଦ୍ବାରା ଓଜନ କମିଥାଏ । ଆଜ୍ଞା ହଁ ଆପଣ ପୁରା ଠିକ୍ ପଢୁଛନ୍ତି । ଆପଣଙ୍କୁ ଆଶ୍ଚର‌୍ୟ୍ୟ କରୁଥିବା ଏହି ଖବର ଏକ ରିସର୍ଚ୍ଚରୁ ଜଣା ପଡିଛି । କେବଳ ସେତିକି ନୁହେଁ କାନ୍ଦିବା ଦ୍ବାରା ଅବସାଦ ଦୂର ହୋଇଥାଏ ବୋଲି ଏହି ରିସର୍ଚ୍ଚରେ କୁହାଯାଇଛି ।

ଭାବୁକ ହୋଇ କାନ୍ଦିବା ଦ୍ବାରା ଆମର କୋର୍ଟିସୋଲ୍ ସ୍ତର ବଢିଥାଏ । ଆମେ ଯେତେବେଳେ ଭାବନାର ଜୁଆରରେ ବହି ଲୁହ ବୁହାଇଥାଉ ତେବେ କୋର୍ଟିସୋଲ୍ ସ୍ତର ବଢି ଆମର ଓଜନ କମାଇଥାଏ । କାନ୍ଦିବା ଦ୍ବାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ ।

ଏହା ସହ ପଢନ୍ତୁ ଆପଣଙ୍କ ପିଲା ମିଛ କହୁଛି କି ? କେମିତି ସୁଧାରିବେ ଜାଣନ୍ତୁ

ସେହିପରି କାନ୍ଦିବା ଦ୍ବାରା ଆମ ଶରୀର ଫ୍ୟାଟକୁ ଷ୍ଟୋର କରି ରଖିପାରେନି । କାରଣ ଅବସାଦ ସୃଷ୍ଟି କରୁଥିବା ହରମୋନ୍ ବାହାରିଯାଇଥାଏ । କିନ୍ତୁ ହଁ ଯଦି ବିନା କାରଣରେ କାନ୍ଦିଲେ ଆପଣଙ୍କ ଶରୀରର ଓଜନ କମ୍ ହୋଇନଥାଏ । କାରଣ କାନ୍ଦିବା ପାଇଁ ଆପଣାଙ୍କ ଭାବନା ସତ ରହିବା ଉଚିତ୍ । ତେଣୁ ଯଦି ଆପଣ ସତ ଭାବନା ସହ କାନ୍ଦିବେ ତେବେ ଆପଣଙ୍କ ଓଜନ କମିବ ।

ତେବେ ଏହି ରିସର୍ଚ୍ଚ ଅନୁଯାୟୀ, ସଂଧ୍ୟା ୭ ରୁ ୧୦ ମଧ୍ୟରେ କାନ୍ଦିଲେ ହିଁ ଓଜନ କମିବ । ଆପଣଙ୍କ ଓଜନ କମାଇବା ପାଇଁ ଏହା ସବୁଠାରୁ ଉପଯୁକ୍ତ ସମୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.