Below header

ପୁଣି ଅଡୁଆରେ ଦଇତାପତି, ସୁଦର୍ଶନଙ୍କୁ ଆଉଜି ବିଶ୍ରାମ ନେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ

ପୁରୀ(କେନ୍ୟୁଜ୍): ପୁଣି ଅଡୁଆରେ ଦଇତାପତି। ପୁରୀରେ ଦେବଦଳନ ରଥ ଉପରେ ସୁଦର୍ଶନଙ୍କୁ ଆଉଜି ବିଶ୍ରାମ ନେଉଛନ୍ତି ଦଇତାପତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଫଟୋରେ ଦଇତା ନିଯୋଗର ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସ ମହାପାତ୍ର ସୁଦର୍ଶନଙ୍କୁ ଆଉଜି ବିଶ୍ରାମ ନେଉଥିବା ଦେଖିବାକୁ ମିଳିଛି। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଫଟୋ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଉଛି। ସୋସିଆଲ୍‌ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋଟି ଚଳିତ ବର୍ଷ ରଥଯାତ୍ରାର କି ପୁରୁଣା ଫଟୋ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.