Below header

ବ୍ୟାପୁଛି ସ୍ୱାଇନ ଫିଭର, ୯୦୦ ଘୁଷୁରୀକୁ ମାରିବା ପାଇଁ ନିର୍ଦ୍ଦେଶ

ସ୍ୱାଇନ ଫିଭର ବ୍ୟାପିବାକୁ ରୋକିବା ପାଇଁ ୯୦୦ରୁ ଅଧିକ ଘୁଷୁରୀ ମାରିବା ପାଇଁ ଆଦେଶ ଦେଇଛନ୍ତି । ହଂକଂରେ ଆଫ୍ରିକୀୟ ସ୍ୱାଇନ ଫିଭର ଦ୍ରୁତଗତିରେ ବଢିବାରେ ଲାଗିଛି ।

ହଂକଂରେ ଆଫ୍ରିକୀୟ ସ୍ୱାଇନ ଫିଭର ଦ୍ରୁତଗତିରେ ବଢିବାରେ ଲାଗିଛି । ଏହାକୁ ଦେଖି ପଶୁପାଳକ ଚିନ୍ତାରେ ରହିଛନ୍ତି । ଏହାମଧ୍ୟରେ ପଶୁ ଚିକିତ୍ସକର ଏକ ସମୂହ ସ୍ୱାଇନ ଫିଭର ବ୍ୟାପିବାକୁ ରୋକିବା ପାଇଁ ୯୦୦ରୁ ଅଧିକ ଘୁଷୁରୀ ମାରିବା ପାଇଁ ଆଦେଶ ଦେଇଛନ୍ତି । ଅଧିକାରୀ ନ୍ୟୁ ଟେରିଟରିଜ ଜିଲ୍ଲାର ଏକ ଲାଇସେନ୍ସ ପ୍ରାପ୍ତ ଫାର୍ମରେ ପଶୁମାନଙ୍କ ମଧ୍ୟରେ ବ୍ୟାପୁଥିବା ରୋଗ ବିଷୟରେ ଜାଣିବା ପାଇଁ ଏଭଳି ଆଦେଶ ଦେଇଛନ୍ତି ।

କୃଷି, ମତ୍ସ୍ୟ ପାଳନ ଏବଂ ସଂରକ୍ଷଣ ବିଭାଗ କହିଛି, ପରୀକ୍ଷଣ କରାଯାଇଥିବା ୩୦ ଘୁଷୁରୀ ମଧ୍ୟରୁ ୧୯ ଟି ମଧ୍ୟ ଏହି ରୋଗ ଦେଖିବାକୁ ମିଳିଛି । ଏମିତିରେ ପଶୁ ଚିକିତ୍ସକ ୯୦୦ରୁ ଅଧିକ ଘୁଷୁରୀ ମାରିବାକୁ ଆବେଦନ ଦେିଛନ୍ତି । ତେବେ ରିପୋର୍ଟ ଅନୁସାରେ, ଆଗାମୀ ସପ୍ତାହ ଆରମ୍ଭରେ ଘୁଷୁରୀକୁ ମରାଯିବ ।

ତେବେ ପ୍ରଚାରିତ ହେଉଥିବା ଗୁଜବକୁ ନେଇ ପଶୁ ଚିକିତ୍ସକ କହିଛନ୍ତି, ଭଲ ଭାବେ ରନ୍ଧା ହୋଇଥିବା ଘୁଷୁରୀ ମାଂସ ଖାଇବା ସଂପୂର୍ଣ୍ଣ ଭାବେ ସୁରକ୍ଷିତ । ଲୋକେ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ । ତେବେ ହଂକଂରେ ଆଫ୍ରିକୀୟ ସ୍ୱାଇନ ଫିଭର ଦ୍ରୁତଗତିରେ ବ୍ୟାପୁଥିବା କାରଣରୁ ଘୁଷୁରୀଙ୍କୁ କରେଣ୍ଟ ଦେଇ ମରାଯାଉଛି ।

ଆଫ୍ରିକୀୟ ସ୍ୱାଇନ ଫିଭର ବିଷୟରେ ବିଶ୍ୱ ପଶୁ ସ୍ୱାସ୍ଥ୍ୟ ସଂଗଠନ କହିଛି କି, ବୈଷୟିକ ସ୍ତରରେ ଲଗାତାର ରୋଗ ବ୍ୟାପିବା ଘୁଷୁରୀ ପାଳକଙ୍କ ପାଇଁ ଚିନ୍ତାର ବିଷୟ । ଏହା ପୂର୍ବରୁ ଆଫ୍ରିକୀୟ ସ୍ୱାଇନ ଫିଭର ବ୍ୟାପିବା ପରେ ହଂକଂର ଏକ ଫାର୍ମରୁ ୫,୬୦୦ ଘୁଷୁରୀକୁ ମରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.