Below header

ବାହାନଗା ଟ୍ରେନ୍‌ ଟ୍ରାଜେଡି : ରେଳବାଇର କାର୍ଯ୍ୟାନୁଷ୍ଠାନ, ପଦରୁ ହଟିଲେ ଜେନେରାଲ ମ୍ୟାନେଜର

ବାହାନଗା ଟ୍ରେନ୍‌ ଟ୍ରାଜେଡିର ମାସେ ପରେ ରେଳବାଇର ବଡ଼ କାର୍ଯ୍ୟାନୁଷ୍ଠାନ । ଦକ୍ଷିଣ-ପୂର୍ବ ରେଲେଓ୍ଵର ଜିଏମଙ୍କୁ ପଦରୁ ହଟାଯାଇଛି । ସାଉଥ ଇଷ୍ଟର୍ଣ୍ଣ ରେଲେଓ୍ଵ GM ଅର୍ଚ୍ଚନା ଯୋଶୀ ପଦରୁ ହଟାଯାଇଛି । ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜିଏମ ଭାବେ ନିଯୁକ୍ତ କରାଯାଇଛି ।

(କେନ୍ୟୁଜ): ବାହାନଗା ଟ୍ରେନ୍‌ ଟ୍ରାଜେଡିର ମାସେ ପରେ ରେଳବାଇର ବଡ଼ କାର୍ଯ୍ୟାନୁଷ୍ଠାନ । ଦକ୍ଷିଣ-ପୂର୍ବ ରେଲେଓ୍ଵର ଜିଏମଙ୍କୁ ପଦରୁ ହଟାଯାଇଛି । ସାଉଥ ଇଷ୍ଟର୍ଣ୍ଣ ରେଲେଓ୍ଵ GM ଅର୍ଚ୍ଚନା ଯୋଶୀ ପଦରୁ ହଟାଯାଇଛି । ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜିଏମ ଭାବେ ନିଯୁକ୍ତ କରାଯାଇଛି । ଅନିଲଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛି କ୍ୟାବିନେଟ ଆପଏଣ୍ଟମେଣ୍ଟସ୍‌ କମିଟି ।

ଜୁନ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା । କରମଣ୍ଡଳ ଏକ୍ସପ୍ରେସ ଓ ହାଓ୍ଵଡା ସାଲିମାର ଏକ୍ସପ୍ରେସ ଓ ମାଲଗାଡୀ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଏଥିରେ ୨୯୧ ଜଣ ପ୍ରାଣ ହରାଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ଦୁର୍ଘଟଣାର ପାଖାପାଖି ମାସେ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି । ୧୯୮୫ ବ୍ୟାଚର ଭାରତୀୟ ରେଲେଓ୍ଵ ଟ୍ରାଫିକ୍‌ ସର୍ଭିସ ବା IRTS ଅଧିକାରୀ ଅର୍ଚ୍ଚନା ଯୋଶୀ । ୨୦୨୧ ଜୁଲାଇ ୩୦ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ତାପୂର୍ବରୁ ସେ ଥିଲେ ଭାରତୀୟ ରେଳବାଇର ଟୁରିଜିମ୍‌ ଓ କାଟରିଂର ଅତିରିକ୍ତ ସଦସ୍ୟ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.