ଆଜି ନୀଳାଦ୍ରିବିଜେ କରିବେ ଚତୁର୍ଦ୍ଧାମୂରତି, ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର

ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ । ନଅ ଦିନ ଧରି ଚାଲିଥିବା ରଥ ଯାତ୍ରାରେ ଆଜି ହେଉଛି ଶେଷ ପର୍ବ । ରଥ ଉପରୁ ରତ୍ମ ସିଂହାସନକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର।

ପୁରୀ (କେନ୍ୟୁଜ): ତିନି ରଥରେ ସମ୍ପନ୍ନ ହେଲା ଅଧରପଣା ନୀତି । ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ । ନଅ ଦିନ ଧରି ଚାଲିଥିବା ରଥ ଯାତ୍ରାରେ ଆଜି ହେଉଛି ଶେଷ ପର୍ବ । ରଥ ଉପରୁ ରତ୍ମ ସିଂହାସନକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଅଧର ନୀତି ଶେଷ ପରେ ଆଜିର ନୀତି ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି।

ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯିବ। ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହେଇ ରାତି ୧୦ଟାରେ ଶେଷ ହେବ । ସେହିପରି ରତ୍ନସିଂହାସନରେ ସଂପନ୍ନ ହେବ ସର୍ବାଙ୍ଗ ଓ ଶ୍ରୀମୁଖ ଖଣ୍ଡୁଆ ନୀତି । ଚାରମାଳ ଫିଟା ହେବା ପରେ ପ୍ରଥମେ ରଥରୁ ରତ୍ନସିଂହାସନକୁ ବିଜେ କରିବେ ପ୍ରଭୁ ସୁଦର୍ଶନ । ଏହା ପରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ରହିଛି । ନୀଳାଦ୍ରିବିଜେରେ ରହିଛି ସବୁଠାରୁ ରୋଚକ ଲକ୍ଷ୍ମୀନାରାୟଣ କଳି । ଜଗନ୍ନାଥ ରଥ ଯାତ୍ରାରୁ ଫେରିବା ସମୟରେ ମାଆ ମହାଲକ୍ଷ୍ମୀ ମନ୍ଦିର କବାଟ ଖୋଲିବେ ନାହିଁ । ଏହାକୁ ନେଇ ମହାଲକ୍ଷ୍ମୀଙ୍କୁ ମନାଇବେ କାଳିଆ ଠାକୁର । ଶେଷରେ ରସଗୋଲା ଦେଇ ମାନଭଂଜନ କରିବେ । ନୀଳିଦ୍ରିବିଜେ ପରେ ଶ୍ରୀମନ୍ଦିରରୁ ବାହାରିବ ନୀଳଚଳ ଅବଢା । ଯାହାକୁ ପ୍ରତ୍ୟକ ଭକ୍ତ ଅପେକ୍ଷା କରି ରହିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.