ଆଜି ରସଗୋଲା ଦିବସ : ମହାଲଷ୍ମୀଙ୍କୁ ଭେଟି ଦେବେ ସାଆନ୍ତେ

ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲର ବେଶ୍ ଗୁରୁତ୍ୱ ରହିଛି । ପ୍ରତିବର୍ଷ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥୀରେ ପାଳନ କରାଯାଏ ରସଗୋଲା ଦିବସ। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲର ବେଶ୍ ଗୁରୁତ୍ୱ ରହିଛି । ଏହି ତିଥୀରେ ପୁରୀ ବଡ଼ଦେଉଳର ଜୟ ବିଜୟ ଦ୍ୱାରରେ ମହାଲକ୍ଷ୍ମୀଙ୍କ କ୍ରୋଧ ଭାଙ୍ଗିବା ପାଇଁ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଏ। ତା’ ପରେ ଠାକୁରମାନେ ମନ୍ଦିର ପ୍ରବେଶ କରନ୍ତି। ଓଡ଼ିଆ ଐତିହାସିକ ଓ ଗବେଷକଙ୍କ ମତରେ ଦ୍ୱାଦଶ ଶତାବ୍ଦୀରୁ ନୀଳାଦ୍ରି ବିଜେ ସମୟରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଭେଟି ପରମ୍ପରା ଚାଲି ଆସୁଛି। ଏହାସହ ସାରା ବିଶ୍ୱରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଏ । ଏଥିସହ ଏହି ପର୍ବକୁ ଓଡ଼ିଆମାନେ ବେଶ ଉତ୍ସାହର ସହ ପାଳନ କରିଥାନ୍ତି।

୨୦୧୫ ଜୁଲାଇ ୩୦ ନୀଳାଦ୍ରିବିଜେ ଦିନ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପ୍ରଥମେ ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିଲ। ଏହାପରେ ୨୦୧୬ ଜୁଲାଇ ୧୭ ଠାରୁ ଏହି ଦିବସ ପାଳନ ହେଉଛି । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ‘ମିଠାଯୁଦ୍ଧ’ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବେଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ତେବେ ୨୦୦୯ ମସିହା ଜୁଲାଇ ୨୯ ତାରିଖରେ ଓଡିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିଲା ।

ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ‘ନୀଳାଦ୍ରିବିଜେ’ । ଶ୍ରୀଗୁଣ୍ଡିଚା ମନ୍ଦିରରେ ରହଣି ପରେ ବାହୁଡା ଦଶମୀ ଦିନ ଠାକୁରମନେ ଶ୍ରୀମନ୍ଦିର ସିଂହଦ୍ୱାରକୁ ଫେରନ୍ତି । ସୁନାବେଶ ଓ ଅଧରପଣା ପରେ ଚତୁର୍ଦ୍ଧାମୂରତି ରତ୍ନସିଂହାସନକୁ ଫେରନ୍ତି । ଏହାକୁ ‘ନୀଳାଦ୍ରି ବିଜୟ’ ବା ‘ନୀଳାଦ୍ରିିବିଜେ’ କୁହାଯାଏ । ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରାରେ ବଡ଼ ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ଜନ୍ମବେଦି ଅଭିମୁଖେ ଯାଇଥିଲେ ହେଁ ମହାଲକ୍ଷ୍ମୀଙ୍କୁ ସାଥିରେ ନନେବାରୁ ମା’ ଲକ୍ଷ୍ମୀ ଅଭିମାନ କରିଥିଲେ। ଏହି ଅଭିମାନକୁ ଭଞ୍ଜନ କରିବା ପାଇଁ ପାଟ ଶାଢି ସହ ରସଗୋଲା ଦେଇ ମାନଭଞ୍ଜନ କରନ୍ତି । ଏହାପରେ ମହାପ୍ରଭୁ ବଡ ଦେଉଲ ଭିତରକୁ ପ୍ରବେଶ କରିବାର ବିଧି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.