Below header

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପୂର୍ବରୁ ଗ୍ରାମବାସୀ ହିଁ ପୂରା ଗାଁକୁ କରିଦେଇଥିଲେ ଲକଡାଉନ, ସେବେଠୁ ପାଳୁଛନ୍ତି ଏହି 5ଟି ନିୟମ

କରୋନାକୁ ଖାତିର ନ କରି ଯେଉଁଠି ଲୋକେ ନିୟମକୁ ଉଲ୍ଲଂଘନ କରୁଛନ୍ତି, ସେଠି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଅଗେତା ଗ୍ରାମବାସୀ । ପଞ୍ଜାବ ଜଳନ୍ଧରର ଏହି ଗାଁର ଲୋକେ ଲୋକଙ୍କଠାରୁ ଦୂରେଇ ରହୁଛନ୍ତି । 750 ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ 10 ପ୍ରତିଶତ ଲୋକ ପାଠ ପଢ଼ିଛନ୍ତି । ଭାଇରସର ଭୟାବହତାକୁ ନଜରରେ ରଖି ସମସ୍ତେ ଏବେ ଏକଜୁଟ ହୋଇଛନ୍ତି । ଜନତା କର୍ଫ୍ୟୁ ପରଠୁ ଗ୍ରାମବାସୀ ପ୍ରତି ଘରୁ ଚାନ୍ଦା ଆଦାୟ କରି ସେହି ପଇସାରେ ବଜାରରୁ ସାନିଟାଇଜର କିଣିଥିଲେ । ଏହାପରେ ତାହାକୁ ଏକ କେନରେ ଭର୍ତ୍ତି କରି ଗାଁର ମନ୍ଦିର, ମସଜିଦ, ଗୁରୁଦ୍ୱାରା ଆଦି ଜାଗାରେ ଛିଂଚିଥିଲେ । ଏହାସହିତ ମାସ୍କ କିଣି ଲୋକଙ୍କୁ ବାଣ୍ଟିଥିଲେ ।

bvh

କେବଳ ଏତିକି ନୁହେଁ, ରାସ୍ତା ଉପରେ ବ୍ୟାରିକେଡ଼ କରି ବାହାର ଲୋକଙ୍କ ଯାତାୟାତକୁ ବନ୍ଦ କରି ଦିଆଯାଇଛି। ଯିବା ଆସିବା କରୁଥିବା ଲୋକଙ୍କ ଉପରେ ଗ୍ରାମବାସୀ କଡା ନଜର ରଖିଛନ୍ତି । କରୋନା ମୁକାବିଲା ପାଇଁ କିଛି ନିୟମ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ଆସନ୍ତୁ ଜାଣିବା କଣ ସେ ନିୟମ ।

kkki

1. ଗାଁ ବାହାରୁ ସମ୍ପର୍କୀୟ ଆସିବା ଏବଂ ଯିବା ଉପରେ ରୋକ ଲଗାଯାଇଛି ।

2. ଜରୁରିକାଳୀନ ସ୍ଥିତିରେ ଯିବା-ଆସିବା କଲେ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟ ।

3. ଗାଁ ବାହାରକୁ ଯିବା ଆସିବା କରୁଥିବା ଲୋକଙ୍କ ନାଁ ରେଜିଷ୍ଟରରେ ଲେଖାଯିବ ।

4. ଗାଁର 3 ପବ୍ଲିକ ପ୍ଲେସରେ ଗ୍ରାମବାସୀ ପାଳି କରି ପହରା ଦେବେ ।

5. ଗାଁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ ଗାଁରୁ ହିଁ ଖାଦ୍ୟ ଏବଂ ଔଷଧ ଉପଲବ୍ଧ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.