ଲକଡାଉନ୍ ମଧ୍ୟରେ ସୋସିଆଲ ଡିଷ୍ଟାନସିଂ ପାଇଁ ଅଜବ ଉପାୟ ଆପଣାଉଛନ୍ତି ଲୋକେ, ଦେଖନ୍ତୁ ଭିଡିଓ

ସବୁଆଡ଼େ ଏବେ କେବଳ ଗୋଟିଏ ଚର୍ଚ୍ଚା ତାହା ହେଉଛି କରୋନା ଭାଇରସ । ସାରା ବିଶ୍ୱବାସୀ ବର୍ତ୍ତମାନ୍ ଏହି ଭାଇରସକୁ ନେଇ ଚିନ୍ତାରେ କାରଣ ବର୍ତ୍ତମାନ୍ ପର୍ଯ୍ୟନ୍ତ ନା ଏହାର କିଛି ଟୀକା ବାହାରିଛି ନା କୌଣସି ଔଷଧ । ହଜାର ହଜାର ଲୋକ ଏଥିରେ ମୃତ୍ୟୁବରଣ କରୁଛନ୍ତି ଯେଉଁଥିପାଇଁ ପ୍ରତ୍ୟେକ ଦେଶର ସରକାର ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କିପରି ନିଜ ଦେଶବାସୀଙ୍କୁ ଏହି ମହାମାରୀ କରୋନା କବଳରୁ ରକ୍ଷା କରିବେ ସେ ନେଇ ଚାଲିଛି କଳ୍ପନା ଜଳ୍ପନା । ତେବେ ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଲକ ଡାଉନ୍ ଘୋଷଣା କରିଛନ୍ତି । ଏହାସହିତ ସୋସିଆଲ ଡିଷ୍ଟାନସିଂ ପାଳନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ତେବେ ଏହି ସବୁ ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ଯେ କିପରି ଲୋକମାନେ ସୋସିଆଲ ଡିଷ୍ଟାନସିଂ ପାଳନ କରୁଛନ୍ତି । ଭିଡିଓରେ ଅନୁଯାୟୀ ଏକ ଦୋକାନରୁ ନିଜର ଅତ୍ୟାବଶ୍ୟକ ସମାଗ୍ରୀ କିଣିବା ପାଇଁ ଯାଇଥିବା ଲୋକମାନେ ନିଜ ନିଜ ଭିତରେ ଅନ୍ତତଃ ୧ ମିଟରର ଦୂରତା ରକ୍ଷା କରୁଛନ୍ତି । ତେବେ ସେଥିପାଇଁ ପୂର୍ବରୁ ନମ୍ଵର୍ ହିସାବରେ ତଳେ ମାର୍କିଂ ମଧ୍ୟ କରିଦିଆଯାଇଛି । ଯାହାଦ୍ୱାରା ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ସୋସିଆଲ ଡିଷ୍ଟାନସିଂ ପାଳନ କରି ମଧ୍ୟ ବାହାରୁ ନିଜର ଅତ୍ୟାବଶ୍ୟକ ସମାଗ୍ରୀ କିଣିପାରିବେ । ଲୋକମାନେ ଦୂର ଦୂରରେ ଠିଆ ହୋଇ ନିଜର ଜରୁରୀ ଜିନିଷ କିଣୁଥିବା ଦେଖିବାକୁ ମିଳିଛି । ତେବେ ଲୋକମାନଙ୍କ ମଧ୍ୟରେ ଏପରି ସଚେତନତା ରହିଲେ ଆମେ ନିଶ୍ଚୟ ଦିନେ କରୋନା ଭଳି ମାରାତ୍ମକ ଭାଇରସକୁ ଆମ ଦେଶରୁ ହଟାଇ ଦେଇ ପରିବା ବୋଲି ଆଶା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.