Below header

ବ୍ଲାକ ଫଙ୍ଗସର ନିୟନ୍ତ୍ରଣ ପାଇଁ ବହୁତ ଜରୁରୀ ଏହି ତିନିଟି ଜିନିଷ, ଜାଣନ୍ତୁ କ’ଣ କହିଲେ AIIMS ଡାଇରେକ୍ଟର

ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରୀ ଭିତରେ ବ୍ଲାକ ଫଙ୍ଗସ ଚିନ୍ତା ବଢ଼ାଇ ଦେଇଛି। କେତେକ ରାଜ୍ୟରେ ଏଥିଯୋଗୁ ଲୋକଙ୍କର ମୃତ୍ୟୁ ହେଲାଣି। ଏମିତିରେ କିଛି ରାଜ୍ୟ ଏହାକୁ ମହାମାରୀ ଘୋଷିତ କରି ଦେଲାଣି। ଏହାରି ଭିତରେ ଦିଲ୍ଲୀ ଏମ୍ସର ଡାଇରେକ୍ଟର ରଣଦୀପ ଗୁଲେରିୟା କହିଛନ୍ତି କି, ବ୍ଲାକ ଫଙ୍ଗସକୁ ରୋକିବା ପାଇଁ ତିନିଟି ଜିନିଷ ବହୁତ ଗୁରୁତ୍ୱପୂର୍ଣ୍ଣ।

ପ୍ରଥମତଃ ସୁଗାର କଣ୍ଟ୍ରୋଲ ବହୁତ ଭଲ ଭାବେ ହେବା ଉଚିତ। ଦ୍ଵିତୀୟରେ ଆମକୁ ଷ୍ଟେରୟଡ କେବେ ଦେବାକୁ ହେବ, ସେଥିପାଇଁ ସାବଧାନ ରହିବା ଉଚିତ ଏବଂ ତୃତୀୟରେ ଷ୍ଟେରୟଡର ହାଲୁକା ଓ ମଧ୍ୟମ ଡୋଜ ଦେବା ଉଚିତ।  ସେହିପରି ମେଦାନ୍ତା ହସ୍ପିଟାଲର ଚେୟାରମ୍ୟାନ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ ବ୍ଲାକ ଫଙ୍ଗସ ଖାସ କରି ମାଟିରେ ମିଳିଥାଏ। ଯେଉଁ ଲୋକ ସୁସ୍ଥ, ତାଙ୍କ ଉପରେ ଏହା ଆକ୍ରମଣ କରିପାରେ ନାହିଁ। ଆମେ ଏହି ରୋଗକୁ ଯେତେ ଜଲଦି ଚିହ୍ନିବା ସେତେ ଜଲଦି ଏହାର ଚିକିତ୍ସା ସଫଳ ହେବ।

ତେବେ ଦେଶର ଚଣ୍ଡୀଗଡ଼, ପଞ୍ଜାବ, ରାଜସ୍ଥାନ, ୟୁପି, ତାମିଲନାଡୁ ଓ ତେଲେଙ୍ଗାନା ରାଜ୍ୟରେ ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷିତ କରାଯାଇଛି। ସେପଟେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେୟନ ଶୁକ୍ରବାର କହିଛନ୍ତି କି, ରାଜଧାନୀର ହସ୍ପିଟାଲଗୁଡ଼ିକରେ ବୁଧବାର ରାତି ସୁଦ୍ଧା ବ୍ଲାକ ଫଙ୍ଗସର ୧୯୭ ମାମଲା ସାମ୍ନାକୁ ଆସିଥିଲା। ପୂରା ଦେଶରେ ବ୍ଲାକ ଫଙ୍ଗସ ବା Mucoramycosis ଚିକିତ୍ସାରେ ବ୍ୟବହାର ହେଉଥିବା Amphotericin-B ଇଂଜେକସନର ଅଭାବ ରହିଛି। କେନ୍ଦ୍ରରୁ ୨୦୦୦ ଇଂଜେକସନ ଦିଲ୍ଲୀକୁ ମିଳିବାର ଆଶା ଅଛି, ଯାହାକୁ ଉକ୍ତ ହସ୍ପିଟାଲଗୁଡ଼ିକୁ ଦିଆଯିବ।

ବ୍ଲାକ ଫଙ୍ଗସ ମାଟି କିମ୍ବା ଘର ଭିତରେ ସଢ଼ୁଥିବା କୌଣସି ଜିନିଷରୁ ମିଳିଥାଏ। ଏହା ସୁସ୍ଥ ବ୍ୟକ୍ତିଙ୍କୁ ପ୍ରଭାବିତ କରେ ନାହିଁ। କିନ୍ତୁ କମ ଇମ୍ୟୁନିଟି ଥିବା ଲୋକେ ଏଥିରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.