ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ କୋଭିଡ଼ ହସ୍ପିଟାଲ ଲୋକାର୍ପିତ,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ ହେବ ସମସ୍ତ ଖର୍ଚ୍ଚ

କେନ୍ୟୁଜ୍(ବ୍ୟୁରୋ):  ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ଜିଲ୍ଲା କୋଭିଡ ହସପିଟାଲର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଏହାର ଶୁଭାରମ୍ଭ କରିଥନ୍ତି । ଏହି କୋଭିଡ ହସ୍‌ପିଟାଲରେ ୧୫୦ ଶଯ୍ୟା ରହିଛି । ଜିଲ୍ଲା କୋଭିଡ ହସ୍ପିଟାଲର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ।

ସବୁ ବେଡରେ ଅକ୍ସିଜେନ ପାଇପଲାଇନ ସଂଯୋଗ କରାଯାଇଛି । ଦରକାର ପଡ଼ିଲେ ଅକ୍ସିଜେନ ବେଡ ସଂଖ୍ୟା ବୃଦ୍ଧି କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାମାରୀ କରୋନା ଏକ ମାନବୀୟ ସଙ୍କଟ । କରୋନା ଲଢ଼େଇରେ ସମସ୍ତେ ସାମିଲ ହେବାକୁ ସେ ଆହ୍ଵାନ କରିଛନ୍ତି । କରୋନା ଚେନ ଭଙ୍ଗାଯାଇ ପାରିଲେ ଏହି ମହାମାରୀ ନିୟନ୍ତ୍ରଣରେ ସଫଳତା ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.