ରାଜସ୍ଥାନ: ଲକଡାଉନରେ ସାଇକେଲରେ ବୁଲୁଥିଲେ କଲେକ୍ଟର, ଯେତେବେଳେ ରୋକିଲେ ମହିଳା କନଷ୍ଟେବଳ, ତ ଜାଣନ୍ତୁ ତା’ପରେ କ’ଣ ହେଲା

ରାଜସ୍ଥାନର ଭିଲୱାଡାରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ପୋଲିସର ତତ୍ପରତା ଏବଂ ସଚ୍ଚୋଟତା ବିଷୟରେ ଜଣାପଡିଛି। ଖବରରୁ ଜଣାପଡିଛି ଯେ ମଙ୍ଗଳବାର ଲକଡାଉନରେ ସହରର ହାଲଚାଲ ଜାଣିବା ପାଇଁ ସାଇକେଲରେ ବାହାରିଥିବା ଡିଏମ ଶିବ ପ୍ରସାଦଙ୍କୁ ମହିଳା କନଷ୍ଟେବଳ ନିର୍ମଳା ଦେବୀ ରୋକି ଦେଇଥିଲେ। କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଇଲେ କି, ସାଇକେଲରେ ଡିଏମ ଅଛନ୍ତି, ତ ସେ ଡରି ଯାଇଥିଲେ। ହେଲେ ପରେ ଡିଏମ କନଷ୍ଟେବଳଙ୍କ ସଚ୍ଚୋଟତାକୁ ପ୍ରଶଂସା କରି ତାଙ୍କୁ ଉତ୍ସାହିତ କରିଥିଲେ।

ସୂଚନାଥାଉ କି, ଡିଏମ ଶିବ ପ୍ରସାଦ ଗତ ସୋମବାର ମଧ୍ୟରାତ୍ରୀରୁ ହୋଇଥିବା ବର୍ଷାରେ ସହରର ସ୍ଥିତି ଜାଣିବା ପାଇଁ ସାଇକେଲ ଯାତ୍ରାରେ ବାହାରିଥିଲେ। ସର୍ରାଫା ବଜାର ଆଡ଼କୁ ଡିଏମ ଯାଉଥିବା ଦେଖି ପୋଲିସ ଟିମ ଉକ୍ତ ବଜାରରେ ମୁତୟନ ପୋଲିସ ଯବାନମାନଙ୍କୁ ଆଲର୍ଟ କରିଦେଇଥିଲେ। ସର୍ରାଫା ବଜାରରେ ମୁତୟନ ମହିଳା କନଷ୍ଟେବଳ ନିର୍ମଳା ଦେବୀଙ୍କୁ ବି ଯେତେବେଳେ ଡିଏମ ଆସିବାର ସୂଚନା ମିଳିଥିଲା, ତ ସେ ମଧ୍ୟ ସତର୍କ ହୋଇଯାଇଥିଲେ। ତେବେ ତାଙ୍କୁ ଲାଗିଥିଲା କି, ଡିଏମ କାରରେ ଆସିବେ। କିନ୍ତୁ ହୋଇଥିଲା ଏହାର ବିପରୀତ। ଡିଏମ ସାଇକେଲରେ ହିଁ ସର୍ରାଫା ବଜାରକୁ ଆସିଥିଲେ, ଆଉ ତାହା ପୁଣି ଏକୁଟିଆ।

ମହିଳା କନଷ୍ଟେବଳ ଡିଏମଙ୍କୁ ଚିହ୍ନି ପାରି ନ ଥିଲେ। ସେ ତାଙ୍କୁ ବିନା କାରଣରେ ବଜାରରେ କାହିଁକି ବୁଲୁଛ ବୋଲି ପଚାରିଥିଲେ। ଏପରିକି, ଏହା ମଧ୍ୟ କହିଥିଲେ କି, ଡିଏମ ଏହି ଅଞ୍ଚଳକୁ ତଦାରଖ କରିବାକୁ ଆସୁଛନ୍ତି। ଏହାରି ଭିତରେ ଡିଏମଙ୍କ ପଛରେ ତାଙ୍କ ସୁରକ୍ଷାକର୍ମୀ ପହଞ୍ଚି ଯାଇଥିଲେ। ମହିଳା କନଷ୍ଟେବଳଙ୍କୁ ଯେତେବେଳେ ପ୍ରକୃତ କଥା ଜଣାପଡିଥିଲା, ତ ସେ ଭୀତତ୍ରସ୍ତ ହୋଇଯାଇଥିଲେ। ପରେ ଡିଏମ ମହିଳା କନଷ୍ଟେବଳଙ୍କ ଡ୍ୟୁଟିକୁ ବେଶ ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.