Below header

ପ୍ରେମୀରୁ ହେଲେ ଜୀବନ ସାଥୀ, ଅଭିନେତା ଅରବିନ୍ଦ ଓ ଜ୍ୟାଙ୍କଲିନ୍‌ଙ୍କ ପଡିଲା ହାତ ଗଣ୍ଠି

କଟକ (କେନ୍ୟୁଜ୍‌) : ବାହା ହେଲେ ଛୋଟ ପରଦାର ପ୍ରେମୀ ଯୁଗଳ । ଓଡ଼ିଆ ଧାରାବାହିକର ଚର୍ଚ୍ଚିତ ଯୋଡି ଜ୍ୟାଙ୍କଲିନ ଓ ଅରବିନ୍ଦ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କୋଭିଡ ନିୟମ ଅନୁସାରେ ସମସ୍ତ କଟକଣା ମାନି ଏହି ବାହାଘର ସମ୍ପନ୍ନ ହୋଇଛି । ବିବାହ ଉତ୍ସବରେ୨୫ ଜଣ ହିଁ ଉପସ୍ଥିତ ଥିଲେ।

ARABINDA-1

ବାହାଘର ହୋଇଛି କଟକ ଖାନନଗର ସ୍ଥିତ ଜଗନ୍ନାଥ ମନ୍ଦିରରେ। ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଜ୍ୟାଙ୍କଲିନ ଓ ଅରବିନ୍ଦ ପରସ୍ପରକୁ ଭଲ ପାଇ ଆସୁଥିଲେ । ଆଉ ଆଜି ସାତ ଜନ୍ମର ସାଥୀ ହୋଇଛନ୍ତି। ନବଦମ୍ପତିଙ୍କୁ ସମ୍ପର୍କୀୟ, ଶୁଭେଚ୍ଛୁ ଏବଂ ସହ କଳାକାରମାନେ ଅଭିନନ୍ଦନ ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.