Below header

ସାଙ୍ଗମାନଙ୍କ ଥଟ୍ଟା ପାଇଁ ଅଧାରୁ ପାଠ ଛାଡିଥିଲେ ଏହି କିନ୍ନର କିନ୍ତୁ ଏବେ ବନିଗଲେ ନିଉଜ ଆଙ୍କର

ସାଧାରଣତଃ ଆମ ସମାଜରେ ଟ୍ରାନ୍ସ ଜେଣ୍ଡର ବ୍ୟକ୍ତି ମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖା ଯାଇଥାଏ । ସବୁବେଳେ ଏମାନେ ଅନ୍ୟ ମାନଙ୍କ ପାଖରେ ଥଟା ପରିହାସର ପାତ୍ର ହୋଇ ରହିଯାଇଥାନ୍ତି । ତେଣୁ ଏମାନଙ୍କ ସମାଜ ସଂପୁର୍ଣ୍ଣ ଅଲଗା ହୋଇଥାଏ । ଏମାନେ ସାଧାରନତଃ ବସ୍ ଷ୍ଟାଣ୍ଡ, ରେଲୱେ ଷ୍ଟେସନ କିମ୍ବା ଟ୍ରାଫିକ ମାନଙ୍କରେ ରହିି ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳେ । କିନ୍ତୁ ବର୍ତ୍ତମାନ ସରକାର ଏମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପରେ ଏବେ ଏମାନେ ଆଉ ଅବହେଳିତ ହୋଇ ନାହାଁନ୍ତି । ତେବେ ଏମାନଙ୍କ ମଧ୍ୟରେ କିଛି ବିଭିନ୍ନ କ୍ଷେତ୍ରରେ ନାମ ଅର୍ଜନ କରିଥିବା ମଧ୍ୟ ନଜରକୁ ଆସିଛି । ବର୍ତ୍ତମାନ ଏମାନଙ୍କ ମଧ୍ୟରେ ଜଣେ ମହିଳା ଟ୍ରାନ୍ସଜେଣ୍ଡର ପ୍ରଥମ ଥର ପାଇଁ ଏକ ବ୍ରୋଡକାଷ୍ଟ ଚ୍ୟାନେଲରେ ସାମ୍ବାଦିକ ଭାବେ ଯୋଗ ଦେବା ସହ ନିଉଜ ଆଙ୍କର ହେବାର ସୁଯୋଗ ପାଇଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଲା ସେ ଯୋଗ ଦେଉ ଦେଉ ଆସନ୍ତା ୭ ତାରିଖରେ ଚନ୍ଦ୍ର ପୃଷ୍ଟରେ ଅବତରଣ କରିବାକୁ ଯାଉଥିବା ଚନ୍ଦ୍ରାୟନ-୨ର ଲାଇଭ୍ ରିପୋର୍ଟର ଭାବେ ଦାୟିତ୍ୱ ତୁଲାଇବେ । ତେବେ ସେ ଜଣେ ଟ୍ରାନ୍ସଜେଣ୍ଡର ହୋଇ କିପରି ଏହା ସଫଳ ହେଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Image result for transgender heidi sadia

ସୂଚନା ଅନୁଯାୟୀ ମାଲାପୁରମ ପୁନ୍ନାନି ଅଂଚଳର ୨୨ ବର୍ଷୀୟ ହେଦିଦି ସାଦିଆ ଏବେ ଏକ ମାଲାୟାଲାମ ଭାଷାର ପ୍ରସାରିତ କୈରାଲି ଟିଭିରେ ସାମ୍ବାଦିକ ଭାବେ ଯୋଗଦେବା ସହ ଚନ୍ଦ୍ରାୟନ-୨ର ଲାଇଭ ରିପୋର୍ଟର ଭାବେ ଦାୟିତ୍ୱ ନେଇଛନ୍ତି । ତେବେ କାହିଁକି ଚେନାଲ ହେଡ ଏପରି ଦାୟିତ୍ୱ ଦେଲେ ତାହା ଜାଣନ୍ତୁ । ସାଦିଆଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସ୍କୁଲ ପାଠ ପଢା ସରିବା ପରେ ସେ ମାଙ୍ଗାଲୁରୁର ଏକ ପ୍ରାଇଭେଟ କଲେଜରେ ଏମବିବିଏସରେ ନାମ ଲେଖାଇଥିଲେ । କିନ୍ତୁ ସେ ଜଣେ ଟ୍ରାନ୍ସଜେଣ୍ଡର ହୋଇଥିବାରୁ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଖେ ପରିହାସର ପାତ୍ର ହୋଇ ରହିଥିଲେ । ତେଣୁ ସେ ବାଧ୍ୟ ହୋଇ ଏହା ଛାଡି ବେଙ୍ଗାଲୁରୁ ପଳାଇ ଆସିଲେ ।

Image result for transgender heidi sadia

ଏଠାରେ ଇଂରାଜୀ ଅନର୍ସରେ ବିଏ ପାସ କରିବା ପରେ ୨୦୧୮ ମସିହାରେ ତ୍ରିବେନ୍ଦ୍ରମ ପ୍ରେସ କ୍ଲବରେ ସାମ୍ବାଦିକତାରେ ପିଜି ପଢିବା ପାଇଁ ଫର୍ମ ଆବେଦନ କରିଲେ । ଆଉ ତାପରେ ଆରମ୍ଭ ହୋଇଥିଲା ତାଙ୍କର ସାମ୍ବାଦିକତା ପାଇଁ ପାଠପଢା । ପରେ ସେ ବିଭିନ୍ନ ଚ୍ୟାନାଲରେ ଇଂଟର୍ନସିପ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ କେହି ସୁଯୋଗ ଦେଇନଥିଲେ । ଯେହେତୁ ସେ ଜଣେ ଟ୍ରାନ୍ସ ଜେଣ୍ଡର । ତେବେ ଶେଷରେ ସେ କୈାରାଲି ଟିଭିରେ ଇଂଟର୍ନସିପ କରିବା ପାଇଁ ଅଫିସ ଆସିଥିବା ବେଳେ ତାଙ୍କୁ ଏଠାରେ ସୁଯୋଗ ମିଳିଥିଲା ।

ଏହାସହ ପଢନ୍ତୁ ଯଦି ଲାଞ୍ଚ ମାଗେ ଟ୍ରାଫିକ ପୋଲିସ ତାହେଲେ ହେବ ଏପରି…

ପରବର୍ତ୍ତୀ ସମୟରେ ଟିଭି ଚେନାଲର ଡାଇରେକ୍ଟର ଜୋହନ ବ୍ରିଟାସ ତାଙ୍କୁ ଚଳିତ ବର୍ଷ ଅଗଷ୍ଟ ମାସ ୩୧ ତାରିଖରେ ନିୟୁଜ ଆଙ୍କର ଭାବେ ନିୟୋଜିତ କରିବା ସହ ଆଗାମୀ ୭ ତାରିଖରେ ଚନ୍ଦ୍ର ପୃଷ୍ଟରେ ଚନ୍ଦ୍ରାୟନ-୨ ଅବତରଣ କରିବା ସମୟରେ ସେ ଲାଇଭ୍ ରିପୋର୍ଟିଂ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ତେବେ ପ୍ରଥମ ଥର ପାଇଁ ଜଣେ ଟ୍ରାନ୍ସ ଜେଣ୍ଡର ମିଡିଆ କ୍ଷେତ୍ରରେ ସାମ୍ବାଦିକତା କରିବାର ସୁଯୋଗ ପାଇଥିବାରୁ ବିଭିନ୍ନ ମହଲରେ ତାଙ୍କ ପାଖକୁ ପ୍ରସଂଶାର ସୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.