ଲଗାତାର ୧୦ ବର୍ଷ ଧରି ଫାଷ୍ଟଫୁଡ୍‌ ଖାଉଥିଲେ ଏହି ବାଳକ, ହରାଇ ବସିଲେ ଆଖିର ଉଜ୍ଜ୍ୱଳତା, ଡାକ୍ତର କହିଲେ ଏମିତି

ଆଜିର ସମୟରେ ସମସ୍ତଙ୍କୁ ଜଙ୍କଫୁଡ୍‌ ଖାଇବାକୁ ଭଲ ଲାଗିଥାଏ। ଏ ପଯ୍ୟର୍ନ୍ତ ଆପଣ ଜାଣିଥିଲେ, ଅଧିକ ଜଙ୍କଫୁଡ୍‌ ଖାଇଲେ ଓଜନ ବଢ଼ିଥାଏ ଏବଂ ଅନେକ ରୋଗ ସୃଷ୍ଟି ହୋଇଥାଏ। କିନ୍ତୁ ଏବେ ଏବେ ଏକ ଖବର ସାମ୍ନାକୁ ଆସିଛି, ଯାହାକି ଆପଣଙ୍କୁ ଚକିତ କରିଦେବ। କଥାଟି ହେଲା, ଜଙ୍କଫୁଡ୍‌ ଖାଉଥିବା ଜଣେ ୧୭ ବର୍ଷୀୟ ବାଳକର ଆଖି ଦୁଇଟି ନଷ୍ଟ ହୋଇଯାଇଛି। ତେବେ ସେ ଦୀର୍ଘ ୧୦ ବର୍ଷ ଧରି ଲଗାତାର ଜଙ୍କଫୁଡ୍‌ ଖାଇଆସୁଥିଲେ। ଏହି ବାଳକ ସବୁବେଳେ ପୁଷ୍ଟିକର ଖାଦ୍ୟ ଖାଇବାକୁ ମନା କରିଥାଆନ୍ତି। ପ୍ରତିଦିନ ଜଳଖିଆ, ଲଞ୍ଚ ଏବଂ ଡିନରରେ ଚିପ୍ସ, ବର୍ଗର, ପିଜା, ପ୍ରୋସେସ୍‌ଡ ମିଟ୍‌ ଭଳି ଖାଦ୍ୟ ଖାଇଥାଆନ୍ତି। ଆଉ ଏବେ ସେ ନିଜର ଏଭଳି ଅଭ୍ୟାସ ଯୋଗୁ ଆଖି ଦୁଇଟିକୁ ହରାଇ ବସିଛନ୍ତି।

ଏହାସହ ପଢନ୍ତୁ: ଏ କି ଅଜବ କୁକୁର: ଅଚାନକ୍‌ ହଜିଗଲା ଜେଜେ ମା’ଙ୍କ ନକଲି ଦାନ୍ତ, ‘ଲୁନା’ ପାଟିରୁ ଖୋଜି ପାଇଲେ ପରିବାର ଲୋକେ

ଲଗାତାର ଜଙ୍କଫୁଡ୍‌ ଖାଇବାର ଏହି ଅଭ୍ୟାସକୁ ଡାକ୍ତରମାନେ ରେୟର ଇଟିଙ୍ଗ୍‌ ଡିସ୍‌ଅର୍ଡର କହିଛନ୍ତି। ଏହି ରୋଗର ନାମ ‘ଆଭୋଏଡାଣ୍ଟ ରେଟ୍ରିଟିଭ୍‌ ଫୁଡ୍‌ ଇନଟେକ୍‌ ଡିସ୍‌ଅର୍ଡର’ ରଖାଯାଇଛି। ଯାହାକୁ ଏହି ରୋଗ ହୋଇଥାଏ, ସେ କେବେ ବି ପରିବା ଏବଂ ଫଳ ଖାଇବାକୁ ମନ କରି ନ ଥାଏ। ସେ କେବଳ ଫାଷ୍ଟ ଫୁଡ୍‌ ଏବଂ ଜଙ୍କ ଫୁଡ୍‌ ଆଡ଼କୁ ଆକର୍ଷିତ ହୋଇଥାଏ। ଧୀରେ ଧୀରେ ସେ ନ୍ୟୁରୋପାଥିର ଶିକାର ହୋଇଥାଏ। ତାଙ୍କ ଆଖିର ଅପ୍ଟିକ୍‌ ନର୍ଭ ସବୁ ଖରାପ ହୋଇଯାଏ। ସମୟ ଗଡ଼ିଚାଲିଲେ, ଆଖିକୁ କିଛି ବି ଦେଖାଯାଇ ନ ଥାଏ। କେବଳ ଏତିକି ନୁହେଁ, ଶରୀରରେ ହାଡ଼ ଖରାପ ହୋଇଯିବା ସହ କିଛି ଶୁଭାଯାଇ ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.