ଦୁଇଟି ଫେସ୍‌ ଥିବା ଏହି ବିଲେଇ ଏବେ ସୋସିଆଲ ମିଡିଆ ଷ୍ଟାର୍‌! ଫଲୋ କରୁଛନ୍ତି ଲକ୍ଷ ଲକ୍ଷ ଲୋକ

କେବେ ଆପଣ ଏମିତି ବିଲେଇକୁ ଦେଖିଛନ୍ତି କି, ଯାହାର ଦୁଇଟି ଫେସ୍‌ ରହିଛି? ଯଦି ନାଁ, ତା’ହେଲେ ଆଜି ଆମେ ଆପଣଙ୍କୁ ଦୁଇଟି ଚେହେରା ଥିବା ଏକ ବିଲେଇ ବିଷୟରେ କହିବାକୁ ଯାଉଛୁ। ବିଲେଇର ନାଁ ‘Quimera’।

ଏହି ବିଲେଇ ଆର୍ଜେଣ୍ଟିନାର। ଏପରି କି, ଏହାର ଆଖିର ରଙ୍ଗ ମଧ୍ୟ ଅଲଗା ଅଲଗା। ଗୋଟିଏ ଆଖି ହାଲୁକା ହଳଦିଆ ତ ଆଉ ଗୋଟିଏ ନୀଳ। ଏହାକୁ Chimerism କୁହାଯାଉଛି। ଏହା ଶରୀରରେ ଅଲଗା ଅଲଗା ରଙ୍ଗ ବି ଦେଖିବାକୁ ମିଳିଛି। ଏହାର ତଳ ଭାଗ ଡାର୍କ ବ୍ଲୁ ରଙ୍ଗର।

ସବୁଠାରୁ ମଜା କଥା ହେଉଛି, ବିଲେଇଟି ଏବେ ଏତେ ଚର୍ଚ୍ଚିତ ହୋଇଯାଇଛି ଯେ ଇନ୍‌ଷ୍ଟାଗ୍ରାମରେ ଏହାକୁ ଲକ୍ଷ ଲକ୍ଷ ଲୋକ ଫଲୋ କରୁଛନ୍ତି। ସୋସିଆଲ ମିଡିଆରେ ଲୋକେ ଏହାକୁ ‘Two Faced Cat’ ଡାକୁଛନ୍ତି।