ଆଜିଠୁ ଆରମ୍ଭ ହୋଇଛି CBSE ଦଶମ ଶ୍ରେଣୀ ଏଗଜାମ୍, ଦେଶର ୧୮ଲକ୍ଷ ୮୯ହଜାର ୮୭୮ ଜଣ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି CBSE ଦଶମ ଶ୍ରେଣୀ ପରୀକ୍ଷା । ଦେଶର ୧୮ଲକ୍ଷ ୮୯ହଜାର ୮୭୮ ଜଣ ପରୀକ୍ଷା ଦେଉଛନ୍ତି । ଭୁବନେଶ୍ୱର ରିଜନ୍ରେ ଅଛନ୍ତି ୧ ଲକ୍ଷ ୨୧୭ଜଣ ପରୀକ୍ଷାର୍ଥୀ । ଓଡ଼ିଶାରୁ ମୋଟ ୩୭ ହଜାର ୫୩୦ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ଭୁବନେଶ୍ୱରରେ ମୋଟ ୧୩ଟି ସେଣ୍ଟର କରାଯାଇଛି । ପରୀକ୍ଷା ଦେଉଛନ୍ତି ୧୩ ହଜାର ଛାତ୍ରଛାତ୍ରୀ । ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV ଲଗାଯାଇଛି । ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇ ୧ଟା ୩୦ ଯାଏ ଚାଲିବ ପରୀକ୍ଷା । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଇଂରାଜୀ ବିଷୟରେ ପରୀକ୍ଷା ଦେଉଛନ୍ତି ।