Below header

ମନ୍ଦିରକୁ ମହାଦେବଙ୍କୁ ଦର୍ଶନ କରିବାକୁ ଯାଇ ଚାଲିଗଲା ୩ ପିଲାଙ୍କ ଜୀବନ, ପୋଖରୀରେ ବୁଡି ସମସ୍ତ ମୃତ

ଏକାସାଙ୍ଗରେ ଚାଲିଗଲେ ୩ ଭାଇ । ମନ୍ଦିରକୁ ଠାକୁର ଦର୍ଶନ କରିବାକୁ ଯାଇ ଗାଧୋଇବାକୁ ଯାଇଥିଲେ । ଜଣେ ଭାଇ ବୁଡିଯିବା ଦେଖି ଅନ୍ୟ ୨ ଜଣ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ । ପରିବାରର ୩ ପୁଅକୁ ହରାଇ ସ୍ୱର୍ଗହରା ହୋଇପଡିଛନ୍ତି ଘର ଲୋକ । ମଧ୍ୟପ୍ରଦେଶ ଗ୍ୱାଲିୟର ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା ।

ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡିଯାଇ ୩ ଜଣ ନାବାଳକ ପ୍ରାଣ ହରାଇଛନ୍ତି । ୩ ଭାଇ ମହାଦେବଙ୍କ ନର୍ଶନ ପାଇଁ ମନ୍ଦିର ଯାଇଥିଲେ । ଏମାନେ ଗାଧୋଇବାକୁ ପୋଖରୀକୁ ଯାଇଥିବା ବେଳେ ବୁଡିଯାଇଥିଲେ । ଅଧିକ ସମୟ ପର୍ଯ୍ୟନ୍ତ ଘରେ ନ ପହଞ୍ଚିବାରୁ ଘର ଲୋକ ଖୋଜାଖୋଜି କରିଥିଲେ । ପରେ ସେମାନେ ପୋଖରୀରେ ବୁଡିଯାଇଥିବାର ଜାଣିବାକୁ ମିଳିଥିଲା । ମଧ୍ୟପ୍ରଦେଶ ଗ୍ୱାଲିୟର ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା ।

ଖବର ମୁତାବକ, ଗ୍ଵାଲିୟର ଜିଲ୍ଲାର ଭିତରଓ୍‌ବାର ତହସିଲର କରାହିୟା ଗାଁରେ ୩ ଭାଇ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ଏହି ସମୟରେ ସେମାନେ ନିର୍ମାଣଧୀନ ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ । ମନ୍ଦିର ପୋଖରୀରେ ୩୦ ଫୁଟର ପାଣି ରହିଥିଲା । ତେଣୁ ସେମାନେ ପାଣିରେ ବୁଡିଯାଇଥିଲେ । ଏହି ସମୟରେ କେହି ସେହି ସ୍ଥାନରେ ନଥିବାରୁ ସେମାନେ ବୁଡିଯିବାର କେହି ଦେଖିନଥିଲେ । ପିଲାମାନେ ଘରକୁ ନ ପହଞ୍ଚିବା ଯୋଗୁଁ ଘର ଲୋକେ ବହୁତ ଖୋଜା ଖୋଜି କରିଥିଲେ । ଶେଷରେ ଏମାନଙ୍କ ଡ୍ରେସ ପୋଖରୀ କୂଳରେ ଦେଖି ଗାଁ ଲୋକେ ପୋଖରୀରେ ଖୋଜାଖୋଜି କରିଥିଲେ ।

ସେମାନଙ୍କୁ ପୋଖରୀରୁ ଉଦ୍ଧାର କରିବା ପରେ ହସପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ ପିଲାମାନେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଗୋଟିଏ ବାଳକ ବୁଡିଥିଲା ଏହା ପରେ ବାକି ୨ ଜଣ ତାକୁ ବଞ୍ଚାଇବା ପାଇଁ ଯାଇ ସେମାନେ ମଧ୍ୟ ବୁଡି ଯାଇଥିଲେ । ମୃତ ବାଳକମାନେ ହେଉଛନ୍ତି ୮ ବର୍ଷର ଆଦିତ୍ୟ ବଘେଲ, ୯ ବର୍ଷର ନୈତିକ ବାଘେଲ ଏବଂ ୭ ବର୍ଷର ମୟଙ୍କ ବାଘେଲ । ଗୋଟିଏ ପରିବାରର ୩ ଜଣ ପିଲାଙ୍କ ଜୀବନ ଚାଲିଯିବାରୁ ପରିବାରରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.