ଅନ୍ୟମାନଙ୍କୁ ସେୟାର କରିପାରିବେନି Disney+ Hotstar ପାସୱାର୍ଡ, ସମସ୍ୟାରେ ୟୁଜର୍ସ

OTT ସବସ୍କ୍ରିପସନ୍ ସେୟାର କରିବା ଏକ ସାଧାରଣ କଥା । କିନ୍ତୁ OTT କମ୍ପାନୀଗୁଡିକ ଏହାକୁ ବନ୍ଦ କରିବାକୁ ଯାଉଛନ୍ତି । କମ୍ପାନୀଗୁଡିକ ଅନୁସାରେ ଏହା ଦ୍ବାରା ସେମାନଙ୍କର କ୍ଷତି ହେଉଛି । ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ OTT କମ୍ପାନୀଗୁଡ଼ିକ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ଭାରତରେ OTT ଆପ୍ସର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଅନେକ ଲୋକ ବିଭିନ୍ନ OTT ଆପ୍ସ ବ୍ୟବହାର କରନ୍ତି, କିନ୍ତୁ ସେମାନେ ଏହାର ପେମେଣ୍ଟ ଦେବାକୁ ପସନ୍ଦ କରନ୍ତି ନାହିଁ । ଏଥିପାଇଁ କିଛି ଲୋକ ପରସ୍ପରର ଲଗଇନ୍ ପାସୱାର୍ଡ ଦ୍ବାରା OTT ସବସ୍କ୍ରିପସନ ସେୟାର କରନ୍ତି । OTT ସବସ୍କ୍ରିପସନ୍ ସେୟାର କରିବା ଏକ ସାଧାରଣ କଥା । କିନ୍ତୁ OTT କମ୍ପାନୀଗୁଡିକ ଏହାକୁ ବନ୍ଦ କରିବାକୁ ଯାଉଛନ୍ତି । କମ୍ପାନୀଗୁଡିକ ଅନୁସାରେ ଏହା ଦ୍ବାରା ସେମାନଙ୍କର କ୍ଷତି ହେଉଛି । ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ OTT କମ୍ପାନୀଗୁଡ଼ିକ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

OTT କମ୍ପାନୀଗୁଡ଼ିକ ପାସୱାର୍ଡ ସେୟାରିଂ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି । ଚଳିତ ବର୍ଷ ଜୁଲାଇରେ Netflix ଭାରତୀୟ ୟୁଜରଙ୍କୁ ସେମାନଙ୍କ ଘର ବାହାରେ ପାସୱାର୍ଡ ସେୟାର କରିବାରୁ ଅଟକାଇଥିଲା । ବର୍ତ୍ତମାନ Disney+ କାନାଡାର ୟୁଜର୍ସମାନଙ୍କୁ ସେମାନଙ୍କ ଘର ବାହାରେ ପାସୱାର୍ଡ ସେୟାର ନକରିବା ପାଇଁ କହିଛି ।

Disney+ ୧ ନଭେମ୍ବର ଠାରୁ କାନାଡାରେ ପାସୱାର୍ଡ ସେୟାରିଂ ଉପରେ ପ୍ରତିବନ୍ଧକ ଲଗାଇଛି । କମ୍ପାନୀ ଏହାର ଗ୍ରାହକମାନଙ୍କୁ ଇମେଲ ଦ୍ବାରା ଏହି ସୂଚନା ଦେଇଛି । ଇମେଲରେ ଲେଖାଯାଇଛି ‘ଆମେ ଆପଣଙ୍କ ଆକାଉଣ୍ଟ ସେୟାର କରିବା ବା ଆପଣଙ୍କ ଘର ବାହାରେ ଲଗଇନ୍ କ୍ରେଡେନସିଅଲ୍ସ ସେୟାର କରିବା ଉପରେ ପ୍ରତିବନ୍ଧକ ଲଗାଉଛୁ ।’ କମ୍ପାନୀର ଅପଡେଟ୍ ହେଲ୍ପ ସେଣ୍ଟରରେ ମଧ୍ୟ ଏହି ସୂଚନା ଦିଆଯାଇଛି ।

OTT କମ୍ପାନୀଗୁଡ଼ିକ ପାସୱାର୍ଡ ସେୟାରିଂ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୟୁଜର୍ସଙ୍କ ଆକାଉଣ୍ଟକୁ ଆନାଲିସିସ୍ କରିବେ । ଯଦି କୌଣସି ୟୁଜର ଏହି ନିୟମକୁ ନମାନିବେ ତେବେ ସେମାନଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ । Disney+ କାନାଡାରେ ପାସୱାର୍ଡ ସେୟାରିଂ ଉପରେ ପ୍ରତିବନ୍ଧକ ଲଗାଇଛି । କିନ୍ତୁ ଭାରତରେ ବର୍ତ୍ତମାନ ଏହି ନିୟମ ଲାଗୁ ହେବା ନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ କୁହାଯାଉଛି Disney ଖୁବ୍ ଶୀଘ୍ର ଅନ୍ୟାନ୍ୟ ଦେଶରେ ପାସୱାର୍ଡ ସେୟାରିଂକୁ ବନ୍ଦ କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.