Below header

ଗଣେଶ ଭସାଣି ବେଳେ ଅଘଟଣ, ବାପାର ଟ୍ରାକ୍ଟର ଚକା ତଳେ ପଡି ପୁଅ ମୃତ

ଗଣେଶ ଭସାଣି ବେଳେ ଅଘଟଣ । ବାପାର ଟ୍ରାକ୍ଟର ଚକା ତଳେ ଚାଲିଗଲା ପୁଅର ଜୀବନ । ବ୍ରହ୍ମଗିରି ଥାନା ଡିମିରିସୋଣା ଗାଁରେ ଘଟିଛି ଅଘଟଣ ।

ବ୍ରହ୍ମଗିରି (କେନ୍ୟୁଜ): ଗଣେଶ ଭସାଣି ବେଳେ ଅଘଟଣ । ବାପାର ଟ୍ରାକ୍ଟର ଚକା ତଳେ ଚାଲିଗଲା ପୁଅର ଜୀବନ । ବ୍ରହ୍ମଗିରି ଥାନା ଡିମିରିସୋଣା ଗାଁରେ ଘଟିଛି ଅଘଟଣ । ଏହି ଅଘଟଣ ପରେ ପୁରା ଗାଁ ସ୍ତବ୍ଧ ।

ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ଗଣେଶ ଭସାଣି ବେଳେ ଖଜୁରିଆ ବଜାରରେ ଡିମିରିସେଣା ଗାଁର ପ୍ରମୋଦ ସ୍ୱାଇଁଙ୍କ ପୁଅ ଉପରେ ମାଡିଗଲା ବାପାର ଟ୍ରାକ୍ଟର । ଫଳରେ ୬ ବର୍ଷର ପୁଅର ମୃତ୍ୟୁ ହୋଇଛି । ପ୍ରମୋଦ ନିଜ ଟ୍ରାକ୍ଟରରେ ଗଣେଷଙ୍କୁ ଭସାଣି ପାଇଁ ନେଉଥିଲେ । ପାଖରେ ତାଙ୍କ ୬ ବର୍ଷର ପୁଅ ବସିଥିଲା । ତେବେ ଅଚାନକ୍ ପୁଅ ଟ୍ରାକ୍ଟରରୁ ଖସି ଚକା ତଳେ ପଡିଯାଇଥିଲା । ଟ୍ରାକ୍ଟର ଆଗକୁ ଯିବା ଫଳରେ ଟ୍ରାକ୍ଟରର ଚକା ପୁଅର ମୁଣ୍ଡ ଉପରେ ଚଢି ଯାଇଥିଲା । ସଙ୍ଗେ ସଙ୍ଗେ ତାକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରଥିଲେ ପରିବାର ଓ ସ୍ଥାନୀୟ ଲୋକ । ମେଡିକାଲ ଆସିବା ପୂର୍ବରୁ ଦିବ୍ୟ ପ୍ରସାଦଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ସୂଚନା ଦେଇଛନ୍ତି । ଖବର ପାଇ ବ୍ରହ୍ମଗିରି ପୋଲିସ ଡାକ୍ତଖାନାରେ ପହଞ୍ଚି ଶବକୁ ଜବତ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.