Below header

ସ୍କଟଲାଣ୍ଡରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ, ଭାରତୀୟ ହାଇ କମିସନର ବିକ୍ରମ ଦୋରାଇସ୍ୱାମୀଙ୍କୁ ଗୁରୁଦ୍ୱାରକୁ ଛାଡିଲେନି

ଭାରତୀୟ ହାଇକମିସନର ବିକ୍ରମ ଦୋରାଇସ୍ବାମୀଙ୍କୁ ସ୍କଟଲାଣ୍ଡ ସ୍ଥିତ ଗୁରୁଦ୍ବାରକୁ ଯିବାକୁ ଦେଇନାହାନ୍ତି ଖଲିସ୍ତାନୀ ସମର୍ଥକ । ଭାରତୀୟ ହାଇ କମିସନରଙ୍କୁ କାରରୁ ବାହାରିବା ପାଇଁ ମଧ୍ୟ ସୁଯୋଗ ଦେଇନାହାନ୍ତି ।

ଇଂଲଣ୍ଡ ସ୍ଥିତ ଭାରତୀୟ ହାଇକମିସନର ବିକ୍ରମ ଦୋରାଇସ୍ବାମୀଙ୍କୁ ସ୍କଟଲାଣ୍ଡ ସ୍ଥିତ ଗୁରୁଦ୍ବାରକୁ ଯିବାକୁ ଦେଇନାହାନ୍ତି ଖଲିସ୍ତାନୀ ସମର୍ଥକ । ଭାରତୀୟ ହାଇ କମିସନରଙ୍କୁ କାରରୁ ବାହାରିବା ପାଇଁ ମଧ୍ୟ ସୁଯୋଗ ଦେଇନାହାନ୍ତି । ଏହାକୁ ନେଇ ବ୍ରିଟେନରେ ଥିବା ଭାରତୀୟ ସମୁଦାୟ ଲୋକ ଏଫଆଇଆର ଦାଏର କରିବାକୁ ଦାବି କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ଦଳେ ଉଗ୍ରବାଦୀ ବ୍ରିଟିସ ଶିଖ କର୍ମୀ ଦୋରାଇସ୍ବାମୀଙ୍କୁ ଅଟକାଇ କହିଥିଲେ ଯେ, ତାଙ୍କୁ ଛଡ଼ାଯିବ ନାହିଁ।

ଏହି ଘଟଣାର ଏକ ଭିଡିଓ ଶିଖ୍‌ ୟୁଥ ୟୁକେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ହାଇ କମିସନର ଗୁରୁଦ୍ୱାରରେ ଖାଇବା ପରଷିବାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଖଲିସ୍ତାନୀ ସମର୍ଥକ ଗୁରୁଦ୍ୱାର ସମିତିର ସଦସ୍ୟଙ୍କ ସହିତ ଯୁକ୍ତିତର୍କ କରିବା ପରେ ସହିତ କମିସନରଙ୍କ କାର ପାଖକୁ ଯାଇ ଜୋର ଜବରଦସ୍ତି କରୁଛନ୍ତି ।

 

View this post on Instagram

 

A post shared by Sikh Youth UK (@sikhyouthuk)

ଅଳ୍ପ କେତେଜଣ ଲୋକ ଆସି ଦୋରାଇସ୍ବାମୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଥିଲେ। ସେ କଥାକୁ ନେଇ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା ବୋଲି ସେ କହିଛନ୍ତି ।

ଖଲିସ୍ତାନୀ ସମର୍ଥକ ଭିଡିଓରେ ଧମକ ଦେଇ କହିଛନ୍ତି, ସମସ୍ତ ଭାରତୀୟଙ୍କ ସହିତ ଏମିତି ହେବା ଦରକାର, ଯେଉଁ ଭାରତୀୟ ଅଧିକାରୀ ଏଠାକୁ ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.