ଆମ୍ବୁଲାନ୍ସ ଭିତରେ ଗୁଲୁଗୁଲିଆ ଶିଶୁ ଜନ୍ମ କଲେ ମାନସିକ ଭିନ୍ନକ୍ଷମ ମହିଳା, କିଛି ଦିନ ତଳେ ହୋଇଥିଲେ ଦୁଷ୍କର୍ମର ଶିକାର

ଏ ମହିଳାଙ୍କ ଏ ଶିଶୁଟିକୁ ଜନ୍ମ କରିବା ପଛରେ ବହୁତ ବଡ ଦୁଃଖଦ କାହାଣୀ ରହିଛି । ଯାହାକୁ ଆପଣ ବି ଶୁଣିଲେ ମନ ବ୍ୟଥିତ ହୋଇଯିବ । ଆଉ ଏ ମାନସିକ ଭିନ୍ନକ୍ଷମ ମହିଳା ସହ ଯିଏ ଏପରି କରିଛି ତାକୁ ଦିଟା ମାଡ ମାରିବାକୁ ଇଚ୍ଛା ହେବ ।

ପୁରୀ ( କେନ୍ୟୁଜ) : କିଛି ଦିନ ତଳେ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ଆଉ ଏବେ ଜନ୍ମ କରିଛନ୍ତି ଏ ସୁନ୍ଦର ଗୁଲୁଗୁଲିଆ ଶିଶୁଟିକୁ । ତାହା ପୁଣି ଆମ୍ବୁଲାନ୍ସ ଭିତରେ । ଏ ମହିଳାଙ୍କ ଏ ଶିଶୁଟିକୁ ଜନ୍ମ କରିବା ପଛରେ ବହୁତ ବଡ ଦୁଃଖଦ କାହାଣୀ ରହିଛି । ଯାହାକୁ ଆପଣ ବି ଶୁଣିଲେ ମନ ବ୍ୟଥିତ ହୋଇଯିବ । ଆଉ ଏ ମାନସିକ ଭିନ୍ନକ୍ଷମ ମହିଳା ସହ ଯିଏ ଏପରି କରିଛି ତାକୁ ଦିଟା ମାଡ ମାରିବାକୁ ଇଚ୍ଛା ହେବ ।

ଏକ ସୁନ୍ଦର ଗୁଲୁଗୁଲିଆ ଶିଶୁଟିକୁ ଜନ୍ମ ଦେଇଛନ୍ତି ମାନସିକ ଭିନ୍ନକ୍ଷମ ମହିଳା । ଆମ୍ବୁଲାନ୍ସ ଭିତରେ ଶିଶୁ କନ୍ୟାକୁ ଜନ୍ମ କଲେ ମାନସିକ ଭିନ୍ନକ୍ଷମ ମହିଳା ଜଣକ। ପୁରୀ ବଡ଼ଦାଣ୍ଡ ପାଖ ମାଳିଯାଗା ନିକଟରୁ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୁରୀର ଏକ ଆଶ୍ରୟ ସ୍ଥଳୀରେ ରହୁଥିବା ମାନସିକ ଭିନ୍ନକ୍ଷମ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହେବା ପରେ ଖବର ପାଇ ସାହି ଭାଇ ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରିଥିଲେ।

ଗତ ମାର୍ଚ୍ଚ ୩ ତାରିଖରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାହି ଭାଇ ଅନୁଷ୍ଠାନର ସମ୍ପାଦକ ଚନ୍ଦ୍ରଶେଖର ମିଶ୍ର ଉଦ୍ଧାର କରି ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟର ଭର୍ତି କରାଇଥିଲେ। ମାନସିକ ଭିନ୍ନକ୍ଷମ ହୋଇଥିବାରୁ ସେ ଠିକ୍ ସେ କଥା କହିପାରୁନଥିଲେ। ସେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିବାରୁ ସାହିଭାଇ ଅନୁଷ୍ଠାନ ଡାକ୍ତରୀ ମାଇନା ଦାବୀ କରିଥିଲେ। ସୁସ୍ଥ ହୋଇ ସେ ପୁରୀର ଏକ ଆଶ୍ରୟସ୍ଥଳୀରେ ରହିଥିଲେ। ପୁଣି ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ସମୟରେ ସେ ଗର୍ଭବତୀ ଥିବା ଜଣାପଡିଥିଲା।

ଗତକାଲି ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଉଥିବାବେଳେ ସେ ଆମ୍ବୁଲାନ୍ସ ଭିତରେ ହିଁ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଉଭୟ ମା ଓ ଜନ୍ମିତ ଶିଶୁ କନ୍ୟାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ଓ ଶିଶୁ ବିଭାଗ ବିଲଡ଼ିଂ ରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.