Below header

ନଦୀକୁ ଡେଇଁ ପଡ଼ିଲା ବାଘ, ଉଦ୍ଧାର କରିବାକୁ ସବୁ ଚେଷ୍ଟା ବିଫଳ

ମୁମ୍ବାଇ : ପ୍ରାୟ ୩୫ ଫୁଟ ଉଚ୍ଚରୁ ନଦୀକୁ ଡେଇଁ ପଡ଼ିଲା ବାଘ । ବନ ବିଭାଗ ପାଣି ଭିତରୁ ବାଘଟିକୁ ଉଦ୍ଧାର କରିବା ଲାଗି ଖୁବ୍‌ ଚେଷ୍ଟା କଲା । ହେଲେ ଶେଷରେ ବାଘଟି ମରିଗଲା । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ଅନ୍ତର୍ଗତ କୁନାଡା ଗାଁ ନିକଟରେ ଥିବା ସିରନା ନଦୀରେ ବାଘଟି ପଡ଼ି ଯାଇଥିଲା । ତେବେ ଦୁଇଟି ପଥର ଭିତରେ ପଡ଼ିଯିବାର ଫଳରେ ତାର ଅଣ୍ଟା ହାଡ଼ରେ ମାଡ଼ ହୋଇ ଯାଇଥିଲା । ସେ ଆଉ ଉଠି ପାରିଲା ନାହିଁ । ସେମିତି ପାଣିରେ ପଡ଼ି ରହିଲା । ବନ ବିଭାଗ କର୍ମଚାରୀ ବାଘଟିକୁ ଉଦ୍ଧାର କରିବା ଲାଗି ଗତକାଲିଠାରୁ ଚେଷ୍ଟା ଚଳାଇଥିଲେ । ପିଞ୍ଜରା ଆଣି ବାଘକୁ ସେଥିରେ ଭର୍ତ୍ତି କରିବା ଲାଗି ଉଦ୍ୟମ ହୋଇଥିଲା । ହେଲେ ଆହତ ବାଘଟି ଉଦ୍ଧାର ହୋଇ ପାରିଲା ନାହିଁ । ଆଜି ବାଘର ମୃତଦେହ ଉଦ୍ଧାର କରାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.