କଳିଙ୍ଗ ହସ୍ପିଟାଲ ଛକରେ ସ୍କୁଟିକୁ ପିଟିଲା କାର, ସ୍କୁଟି ଚାଳକ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍):  କଳିଙ୍ଗ ହସ୍ପିଟାଲ ଛକରେ ସ୍କୁଟିକୁ ପିଟିଲା କାର। ଘଟଣା ସ୍ଥଳରେ ସ୍କୁଟି ଚାଳକ ଗୁରୁତର ଆହାତ ହୋଇପଡିଛନ୍ତି। ମିଳିଥିବା ସୂଚନା ଅନୁସାରେ କଳିଙ୍ଗ ହସ୍ପିଟାଲ  ନିକଟରେ ଜଣେ ସ୍କୁଟି ଚାଳକ ଯାଉଥିବା ବେଳେ ତାଙ୍କୁ ଏକ ଇସତ୍ କଳା ରଙ୍ଗର କାର ଧକ୍କା ଦେଇଥିଲେ । ଯାହ  ଫଳରେ  ସ୍କୁଟି ଚାଳକ ଘଟଣା ସ୍ଥଳରେ ଗୁରୁତର ହୋଇ ପଡିଥିଲେ। ସ୍କୁଟି ଚାଳକଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା କାରଣରୁ କିଛି ସମୟ ପାଇଁ କଳିଙ୍ଗ ହସ୍ପିଟାଲ ଛକରେ ଉତ୍ତେଜନା ଦେଖା ଦେଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.