Below header

କହୁଛୁ ସ୍ୱଚ୍ଛ ଭାରତ, କରୁଛୁ ଅସ୍ୱଚ୍ଛ କାମ; ପଞ୍ଚାୟତ କର୍ମଚାରୀ ନଦୀରେ ଢାଳି ଦେଲେ ଟନ୍‌ ଟନ୍‌ ଅଳିଆ

ଆମେ ସ୍ୱଚ୍ଛ ଭାରତର କଥା କହୁଛୁ । ନଦୀ, ନାଳକୁ ଆବର୍ଜନା ମୁକ୍ତ କରିବାକୁ ଉଦ୍ୟମ କରୁଛୁ । ହେଲେ ପ୍ରକୃତରେ କେତେଜଣ ଏ ଦିଗରେ କାମ କରୁଛନ୍ତି । ପ୍ରକୃତରେ କେତେଜଣ ସଚେତନ ହେଉଛନ୍ତି ? ତାର ଏକ ନମୂନା ଆସନ୍ତୁ ଦେଖିବା । ତାମିଲନାଡୁର କୁଡାଲୋର ଜିଲ୍ଲା ଥିଟାକୁଡ଼ି ଅଞ୍ଚଳ । ଏଠାକାର ଟାଉନ୍‌ ପଞ୍ଚାୟତ କର୍ମଚାରୀମାନେ ଟ୍ରକ୍‌ ବୋଝେଇ ଅଳିଆ ସବୁ ଆଣି ଭେଲ୍ଲାର ନଦୀରେ ଢାଳି ଦେଇଗଲେ । ଯାହାକୁ ନେଇ ଏବେ ତମ୍ବିତୋଫାନ ଆରମ୍ଭ ହୋଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ପରିବେଶବିତ୍‌ ପର୍ଯ୍ୟନ୍ତ ସମସ୍ତେ ଏହି ଘଟଣାକୁ ନିନ୍ଦା କରିଛନ୍ତି । ସରକାରୀ କର୍ମଚାରୀ ହୋଇ ନିଜ ଦାୟିତ୍ୱ ଭୁଲି ନଦୀରେ ଅଳିଆ ପକାଇଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।


 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.