ଟ୍ରମ୍ପଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନ: ରାଷ୍ଟ୍ରପତି ଭବନ ଗସ୍ତ କରିବା ସହ ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେବାକୁ ଯିବେ ଦିଲ୍ଲୀର ରାଜଘାଟ

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତିଙ୍କ ଆଜି ଦ୍ୱିତୀୟ ଦିନ । ଆଜି ଦିନ ୧୦ଟାରେ ରାଷ୍ଟ୍ରପତି ଭବନ ଗସ୍ତ କରିବେ । ସେଠାରେ ଔପଚାରିକ ଭାବେ ତାଙ୍କୁ ସ୍ୱାଗତ କରାଯିବ । ସେଠାରୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେବାକୁ ଦିଲ୍ଲୀର ରାଜଘାଟ ଯିବେ । ଅପରାହ୍ନରେ ହାଇଦ୍ରାବାଦ୍‌ ହାଉସ୍‌ରେ ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହେବ । ଏଥିରେ ଦୁଇ ରାଷ୍ଟ୍ର ମଧ୍ୟରେ ଚୁକ୍ତି ସମ୍ବନ୍ଧୀୟ ଆଲୋଚନା ରହିଛି । ୩ ବିଲିଅନ ଡଲାର ପ୍ରତିରକ୍ଷା ଚୁକ୍ତି ନେଇ ମଧ୍ୟ ଘୋଷଣା ହୋଇପାରେ ।

donald trump in tajmahal1`ଗତକାଲି ଟ୍ରମ୍ପ ପରିବାର ଗୁଜରାଟ ଅହମ୍ମଦାବାଦରେ ପହଞ୍ଚିବା ପରେ ଏୟାରପୋର୍ଟରୁ ରୋଡ୍‌ ସୋ କରି ସାବରମତି ଆଶ୍ରମ ଗସ୍ତ କରିଥିଲେ । ଏହାପରେ ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେଠାରୁ ଆଗ୍ରା ଯାଇ ତାଜମହଲ ବୁଲି ଦେଖିଥିଲେ । ସେଠାରୁ ଦିଲ୍ଲୀ ଅଭିମୁଖେ ଆସି ରାତ୍ରି ଯାପନ କରିଥିଲେ ।

Leave A Reply

Your email address will not be published.