Below header

ୟୁକ୍ରେନର ଅନେକ ସହର ଉପରେ ଋଷର ଏୟାରଷ୍ଟ୍ରାଇକ୍‌: କିଭରେ ଟିଭି ଟାଓ୍ୱାର ସମ୍ପୂର୍ଣ୍ଣ ଧ୍ୱଂସ, ଏବେ ଟାର୍ଗେଟ୍‌ରେ ଆବାସିକ ଅଞ୍ଚଳ

ନୂଆଦିଲ୍ଲୀ: କିଭ୍‌ ଓ ଖାରକିଭ୍‌ ସହରରେ ଋଷର ଆକ୍ରମଣ । ୟୁକ୍ରେନର ଅନେକ ସହର ଉପରେ ଋଷର ଏୟାରଷ୍ଟ୍ରାଇକ୍‌ । କିଭରେ ଟିଭି ଟାଓ୍ୱାର ଋଷ ଆକ୍ରମଣରେ ସମ୍ପୂର୍ଣ୍ଣ ଧ୍ୱଂସ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ହୋଲୋକଷ୍ଟ ମେମୋରିଆଲ ଉପରେ ବି ଋଷର ଆକ୍ରମଣ । ଖାରକିଭରେ ମଧ୍ୟ ଋଷର ପ୍ରଚଣ୍ଡ ଆକ୍ରମଣ । ଖାରକିଭରେ ୧୦ ନାଗରିକଙ୍କ ମୃତ୍ୟୁ ହୋଇଛି ।

ଏୟାରଷ୍ଟ୍ରାଇକକୁ ବର୍ବରତା କହିଲେ ୟୁକ୍ରେନ ମନ୍ତ୍ରୀ କୁଲେବା । ଏବେ ରୁଷ ସେନା ଟାର୍ଗେଟ୍‌ରେ ଆବାସିକ ଅଞ୍ଚଳ । ଏକ ହାଉସିଂ ବ୍ଳକରେ ଆକ୍ରମଣ କରିଛି ରୁଷ ସେନା । ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଛି ।

ଏପଟେ ୟୁକ୍ରେନ ଉପରେ ଋଷ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ୟୁକ୍ରେନ ଉପରେ ଋଷର ଆକ୍ରମଣ, ଆଶାଠାରୁ ଅଧିକ ଖରାପ । ୟୁରୋପରେ ବର୍ତ୍ତମାନ ଏକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛି ବୋଲି କହିଛନ୍ତି ବୋରିସ ଜନସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.