Below header

ବିଜେପି ସାଂସଦଙ୍କୁ ଗୁରୁ ମନ୍ତ୍ର ଦେବେ ମୋଦି-ଶାହ, ଆଜିଠୁ ଦିଲ୍ଲୀରେ ଦୁଇ ଦିନିଆ ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ(କେନ୍ୟୁଜ୍) : ବିଜେପି ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ମୋଦି-ଶାହ । ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଉଛି ବିଜେପିର ଦୁଇ ଦିନିଆ ଅଭ୍ୟାସ ବର୍ଗ । ଏଥିରେ ଦଳର ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦ ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ରହିବେ । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଅଭ୍ୟାସ ବର୍ଗରେ ଯୋଗଦେଇପାରନ୍ତି । ସଂସଦରେ କିପରି ବିଜେପି ସାଂସଦମାନେ ଭଲ ପ୍ରଦର୍ଶନ କରିବେ ? ବିଶେଷକରି ପ୍ରଥମ ଥର ନିର୍ବାଚିତ ହୋଇଥିବା ଦଳର ୧୩୩ ଜଣ ଏମପିଙ୍କ ଭୂମିକା କ’ଣ ରହିବ ? ବିଭିନ୍ନ ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭାରେ କିପରି ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବେ ? ଲୋକମାନଙ୍କ ପ୍ରତି ସେମାନଙ୍କର ଉତ୍ତରଦାୟିତ୍ୱ କ’ଣ ? ଗଣମାଧ୍ୟମରେ ମତାମତ ରଖିବା ବେଳେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ? ଏମପି ଲ୍ୟାଡ ଫଣ୍ଡ୍‌ର କିପରି ସଦୁପଯୋଗ କରିବେ ସେନେଇ ପ୍ରଶିକ୍ଷଣ ନେବେ ବିଜେପି ସାଂସଦ । ବିଜେପି ପକ୍ଷରୁ ପ୍ରତିବର୍ଷ ଏହି ଅଭ୍ୟାସବର୍ଗ ବୈଠକ ଅନୁଷ୍ଠିତ ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.