ପ୍ରବଳ ବର୍ଷା ପରେ ସୁଧୁରୁଛି ମାଲକାନଗିରିର ସ୍ଥିତି, ବିଭିନ୍ନ ସ୍ଥାନରୁ ଧିରେ ଧିରେ ଖସିବାରେ ଲାଗିଛି ପାଣି

ମାଲକାନଗିରି(କେନ୍ୟୁଜ୍): ପ୍ରବଳ ବର୍ଷା ପରେ ସୁଧୁରୁଛି ମାଲକାନଗିରିର ସ୍ଥିତି । ବର୍ଷା କମିଥିବାରୁ ବିଭିନ୍ନ ସ୍ଥାନରେ ଧିରେ ଧିରେ ପାଣି ଖସିବାରେ ଲାଗିଛି । ଲଗାଣ ବର୍ଷା ଯୋଗୁ କିଛି ରାସ୍ତା ଉପରେ ୩ ଫୁଟରୁ ଅଧିକ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା । ୩୨୬ ନମ୍ବର ରାଞ୍ଚି-ବିଜୟଓ୍ଵାଡ଼ା ଜାତୀୟ ରାଜପଥରେ ପାଙ୍ଗାମ, ପୋଟେରୁ, କାଙ୍ଗରୁକୋଣ୍ଡା, ଏମ୍‌ଭି-୯୦, ଏମ୍‌ଭି-୩୭, କୋରକୋଣ୍ଡା ଆଦି ବ୍ରିଜ ଉପରେ ବନ୍ୟା ପାଣି କମିଛି । ମାଲକାନଗିରିରୁ ଜୟପୁର, କାଲିମେଳା, ମୋଟୁ, ପଡ଼ିଆ ଆଦି ସ୍ଥାନକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି । ପାଣି ଘେରରେ ଥିବା ୬ଶହରୁ ଅଧିକ ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶ୍ରୟ ସ୍ଥଳୀରେ ରଖାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲାରେ ଗତକାଲି ସ୍କୁଲ ବନ୍ଦ ରହିଥିବା ବେଳେ ଆଜି ମଧ୍ୟ ସବୁ ସ୍କୁଲ ବନ୍ଦ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.