ସମ୍ବଲପୁର ବଡ଼ରମା ଘାଟିରେ ଶ୍ୟାମ ସିଂ ମୃତ୍ୟୁ ଘଟଣା, ହତ୍ୟା ଉପରୁ ପରଦା ଉଠାଇଲା ପୋଲିସ୍

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡ଼ରମା ଘାଟିରେ ଶ୍ୟାମ ସିଂଙ୍କ ମୃତ୍ୟୁ ଘଟଣାରୁ ପରଦା ଉଠାଇଛି ପୋଲିସ । ଶ୍ୟାମ ସିଂଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ଏହା ଏକ ସୁପରକଳ୍ପିତ ହତ୍ୟାକାଣ୍ଡ । ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ଜୟଦେବ ସିଂ ଓ ରାଜେଶ ସିଂ । ଅନ୍ୟ ୩ ଜଣ ଫେରାର ଥିବା କୁଚିଣ୍ଡା ଏସଡିପିଓ ରାଜକିଶୋର ମିଶ୍ର ସୂଚନା ଦେଇଛନ୍ତି । ଜମିବାଡ଼ି ବିବାଦରୁ ଘଟିଛି ହତ୍ୟାକାଣ୍ଡ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଏକ ହାଇୱା ଗାଡ଼ି, କାର ଜବତ କରିଛି । ଜମନକିରା ଥାନା କଦଳୀପାଳ ଗାଁର ଗାଡ଼ି ମେକାନିକ ଶ୍ୟାମ ସିଂ ଗତ ୪ ତାରିଖ ରାତିରେ ଶୋଇଥିବା ବେଳେ ତାଙ୍କୁ ଜଣେ ଅଜଣା ଲୋକ ବାଇକ ସଜାଡ଼ିବା ପାଇଁ ଡାକିନେଇଥିଲେ । ଏହାପରେ ସେ ଆଉ ରାତିରେ ଘରକୁ ଫେରିନଥିବା ବେଳେ ବଡ଼ରମା ଘାଟିରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.