Below header

ଝାରସୁଗୁଡ଼ା: ବେହେରା ପାଟ ପୋଖରୀର ସୌନ୍ଦର୍ଯ୍ୟକରଣ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ସହର ଉପକଣ୍ଠ ବେହେରା ପାଟ ପୋଖରୀ ସୌନ୍ଦର୍ଯ୍ୟକରଣ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ବେହେରାପାଟ କଟା ପୁନରୁଦ୍ଧାର ଓ ଉନ୍ନତିକରଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୨ କୋଟି ୫୦ ଲକ୍ଷ ଟଙ୍କା ଅର୍ଥ ବରାଦ କରାଯାଇଛି । ଜଳାଶୟରୁ ପଙ୍କ ଉଦ୍ଧାର ସହ ଗାଧୁଆ ତୁଠ ଓ ମାଟି ପୋତି ପାର୍କ ନିର୍ମାଣ ପାଇଁ ଠିକା ଦିଆଯାଇଥିଲା । ହେଲେ ଖୋଳା ଯାଇଥିବା ମାଟି ବର୍ଷାରେ ପୋଖରୀ ଭିତରକୁ ପଶି ଏହା ପୋତି ହେବାରେ ଲାଗିଛି । ସେହିପରି ୨ କିଲୋମିଟର ରାସ୍ତାକାମର ଉନ୍ନତିକରଣ ପାଇଁ ଟଙ୍କା ମଧ୍ୟ ମଂଜୁର ହୋଇଛି । ହେଲେ ରାସ୍ତା ଅବସ୍ଥା ଏବେ ଶୋଚନୀୟ । ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି,ପୋଖରୀ ପୁନରୁଦ୍ଧାର କାମ କ୍ଷୁଦ୍ର ଜଳସେଚନ ବିଭାଗକୁ ଦିଆଯାଇଥିଲା । ଏବେ ବିଭାଗ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.