Below header

ଆଫଗାନିସ୍ତାନ ଡବଲ୍‌ ଝଟକା, ଅଧଘଣ୍ଟାରେ ଦୁଇ ଦୁଇ ଥର ଥରିଲା

ଆଫଗାନିସ୍ତାନରେ ଡବଲ୍ ଭୂକମ୍ପ । ଦୁଇ ଦୁଇ ଥର ଝଟକା । ଅଧଘଣ୍ଟା ଭିତରେ ହୋଇଥିଲା ଦ୍ବିତୀୟ ଭୂକମ୍ପ । ପ୍ରଥମ ଭୂମିକମ୍ପ ରାତି ୧୨ଟା ୨୮ ମିନିଟରେ ହୋଇଥିଲା । ଏହାର ତୀବ୍ରତା ଥିଲା ୪.୪ । ଦ୍ବିତୀୟ ଭୂକମ୍ପ ତୀବ୍ରତା ଥିଲା ୪.୮ ।

ଆଫଗାନିସ୍ତାନରେ ଡବଲ୍ ଭୂକମ୍ପ । ଦୁଇ ଦୁଇ ଥର ଝଟକା । ପ୍ରଥମ ଭୂମିକମ୍ପ ରାତି ୧୨ଟା ୨୮ ମିନିଟରେ ହୋଇଥିଲା । ଏହାର ତୀବ୍ରତା ଥିଲା ୪.୪ । ଏହାର ଅଧଘଣ୍ଟା ଭିତରେ ହୋଇଥିଲା ଦ୍ବିତୀୟ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୮ । ରାତି ୧୨ଟା ୫୫ ମିନିଟରେ ଦ୍ବିତୀୟ ଝଟକା ଲାଗିଥିଲା । ଦୁଇଟି ଯାକ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଫୈଜାବାଦ । ଭୂପୃଷ୍ଠରୁ ଶହେ କିଲୋମିଟର ତଳେ ଏହାର କେନ୍ଦ୍ରସ୍ଥଳ ରହିଥିଲା । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଗତ କିଛି ମାସ ଭିତରେ ଆଫଗାନିସ୍ତାନରେ ବାରମ୍ବାର ଭୂକମ୍ପ ହେଉଛି ।

ସେହିପରି ଗତ କିଛି ବର୍ଷ ହେଲା ବିଶ୍ବରେ ବଢ଼ି ଚାଲିଛି ଭୂକମ୍ପ ମାତ୍ରା । ଦୁଇ ଦିନ ତଳେ ନୂଆବର୍ଷରେ ଭୟଙ୍କର ଭୂକମ୍ପରେ ଥରିଥିଲା ଜାପାନ । ୭.୬ ତୀବ୍ରତା ଭୂକମ୍ପ ପରେ ୩୧ ଥର ହୋଇଥିଲା ଝଟକା । ଯେଉଁଥିରେ ୫୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଏବେ ବି ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ । ରାସ୍ତା ଫାଟିଯାଇଥିବା ବେଳେ ଅନେକ ବିଲଡିଂ ମାଟିରେ ମିଶିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.