ପୁଣି ବଢିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ ଆଜିର ଦାମ୍‌ କେତେ

ଦିନକୁ ଦିନ ସୁନାର ଚାହିଦା ବଢି ବଢି ଯାଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ପିଛା ୨୦୦ ଟଙ୍କା ବଢି ୫୮, ୭୫୦ ଟଙ୍କା  ଓ ୨୪ କ୍ୟାରେଟ ସୁନା ୨୨୦ ଟଙ୍କା ବଢି  ୬୩ , ୦୯୦ ଟଙ୍କା ହୋଇଛି।

ବାହାଘର ସିଜିନ ପାଇଁ ସମସ୍ତେ ସୁନା କିଣିବାକୁ ଆଗ୍ରହ । ଦିନକୁ ଦିନ ସୁନାର ଚାହିଦା ବଢି ବଢି ଯାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ  ପ୍ରତି ୫୮, ୨୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ  ୬୩, ୬୦୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ପିଛା ୨୦୦ ଟଙ୍କା ବଢି ୫୮, ୭୫୦ ଟଙ୍କା  ଓ ୨୪ କ୍ୟାରେଟ ସୁନା ୨୨୦ ଟଙ୍କା ବଢି  ୬୩ , ୦୯୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୮,୫୫୦ ଟଙ୍କା ଓ ୬୩ ,୮୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ୫୮,୭୦୦ ଟଙ୍କା ଓ ୬୩ ,୯୭୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୮,୫୫୦ ଟଙ୍କା ଓ ୬୩ ,୮୭୦ ଟଙ୍କା ରହିଛି। ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୮ ,୬୦୦ ଟଙ୍କା ରହିଥିବା ନେଇ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.