Below header

ଛତିଶଗଡ଼: ଦାନ୍ତେୱାଡାରେ ପୋଲିସ-ନକ୍ସଲ ଗୁଳି ବିନିମୟ; ୨ ମହିଳା ନକ୍ସଲ ମୃତ, ଚାଲିଛି ସର୍ଚ୍ଚ ଅପରେସନ

ଛତିଶଗଡ଼ର ଦାନ୍ତେୱାଡାରେ ବୁଧବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଦାନ୍ତେୱାଡା-ସୁକମା ଆନ୍ତଃଜିଲ୍ଲା ସୀମାବର୍ତ୍ତୀ ନଗରମ୍‌-ପୋରୋ ହିରମା ଜଙ୍ଗଲ ନିକଟରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା।

ଛତିଶଗଡ଼ର ଦାନ୍ତେୱାଡାରେ ବୁଧବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଦାନ୍ତେୱାଡା-ସୁକମା ଆନ୍ତଃଜିଲ୍ଲା ସୀମାବର୍ତ୍ତୀ ନଗରମ୍‌-ପୋରୋ ହିରମା ଜଙ୍ଗଲ ନିକଟରେ ନିଷିଦ୍ଧ ସଙ୍ଗଠନର ଦରଭା ଡିଭିଜନ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା।

ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ ଯେତେବେଳେ ରାଜ୍ୟ ପୋଲିସର ୟୁନିଟ୍‌ District Reserve Guard (DRG)ର ଏକ ଟିମ୍‌ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିଲା, ସେହି ସମୟରେ ସକାଳ ପ୍ରାୟ ୭ଟାରେ ଅରନପୁର ଥାନାର ସୀମା ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା।

ପୋଲିସ ଅଧିକାରୀ କହିଛନ୍ତି, ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ବେଳେ ପାଟ୍ରୋଲିଂ ଟିମ୍ ଏହି ଅଞ୍ଚଳକୁ ଘେରାଉ କରୁଥିବା ସମୟରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା।

ଅଧିକାରୀଙ୍କ ମୁତାବକ, ଯେତେବେଳେ ଗୁଳି ବିନିମୟ ବନ୍ଦ ହୋଇଥିଲା, ସେତେବେଳେ ଖୋଜାଖୋଜି ବେଳେ ଘଟଣାସ୍ଥଳରୁ ୨ ମହିଳା ନକ୍ସଲଙ୍କ ମୃତଦେହ ସହିତ ଗୋଟିଏ INSAS ରାଇଫଲ ଏବଂ ଏକ ୧୨ ବୋର ରାଇଫଲ ଜବତ କରାଯାଇଥିଲା। ସୁରକ୍ଷା ବାହିନୀ ଦ୍ୱାରା ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.