Below header

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ଜାରି, ସମର୍ଥନ କରିଛି କଂଗ୍ରେସ

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ଜାରି । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍ ଉପରେ ପ୍ରଥମେ ଆଲୋଚନା ଆରମ୍ଭ କରିଥିଲେ । ବିଲରେ ଥିବା ୪ଟି କ୍ଲଜ ଉପରେ ଆଲୋକପାତ କରିଥିଲେ କେନ୍ଦ୍ର ଆଇନମନ୍ତ୍ରୀ ।

କେନ୍ୟୁଜ୍‌: ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ଜାରି । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍ ଉପରେ ପ୍ରଥମେ ଆଲୋଚନା ଆରମ୍ଭ କରିଥିଲେ । ବିଲରେ ଥିବା ୪ଟି କ୍ଲଜ ଉପରେ ଆଲୋକପାତ କରିଥିଲେ କେନ୍ଦ୍ର ଆଇନମନ୍ତ୍ରୀ । ପ୍ରସ୍ତାବିତ ବିଲରେ ଥିବା ପ୍ରାବଧାନ ଅନୁସାରେ ଦିଲ୍ଲୀ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରହିବ ।

ଲୋକସଭାରେ ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ । ସମସ୍ତ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ରହିବ। ମହିଳାଙ୍କ ପାଇଁ ସଂରକ୍ଷଣର ଅବଧି ୧୫ ବର୍ଷ ପାଇଁ ଲାଗୁ ହେବ। ସଂରକ୍ଷଣର ଅବଧି ବୃଦ୍ଧି ନେଇ ସଂସଦ ନିଷ୍ପତ୍ତି ନେବ । ଗତକାଲି ମହିଳା ସଂରକ୍ଷଣ ବିଲକୁ ଲୋକସଭାରେ ଆଗତ କରାଯାଇଥିଲା । ସଂସଦର ସ୍ଵତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପାରିତ ହେବା ସମ୍ଭାବନା ରହିଛି ।

ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଛି କଂଗ୍ରେସ

ଏପଟେ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଛି କଂଗ୍ରେସ । ଲୋକସଭାରେ ବିତର୍କରେ ଏକଥା କହିଛନ୍ତି ସୋନିଆ ଗାନ୍ଧି । ସେ କହିଛନ୍ତି, ରାଜୀବ ଗାନ୍ଧି ମଧ୍ୟ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଣିଥିଲେ । ବିଲ୍ ପାରିତ ହେଲେ ରାଜୀବଙ୍କ ସ୍ବପ୍ନ ସାକାର ହେବ । ଏହା ତାଙ୍କ ପାଇଁ ଏକ ଭାବପୂର୍ଣ୍ଣ ସମୟ । ଏଥିସହ ସୋନିଆ ଜାତିଗତ ଜନଗଣନା ଦାବି କରିବା ସହ ‘OBC, SC ଓ ST ମହିଳାଙ୍କୁ ମଧ୍ୟ ସଂରକ୍ଷଣ ମିଳୁ ବୋଲି କହିଛନ୍ତି ।

ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ବିଜେଡିର ସମର୍ଥନ

ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ବିଜେଡିର ସମର୍ଥନ । ଆଲୋଚନାରେ ଭାଗ ନେଇ ବିଲକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି ସାଂସଦ ରାଜଶ୍ରୀ ମଲ୍ଲିକ ଓ ଶର୍ମିଷ୍ଠା ସେଠୀ । ମହିଳା ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତାହା ସଫଳ ହେବାକୁ ଯାଉଛି । ୨୦୨୪ରେ ବିଲ ଲାଗୁ ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ଶର୍ମିଷ୍ଠା ସେଠୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.