Below header

ନୈନିତାଲ ବୁଲିବା ଖୁସି ଅଧାରେ ରହିଲା, ଖାଇକୁ ଖସିଲା ଟେମ୍ପୋ, ୨ ଯୁବତୀ ମୃତ

ଉତ୍ତରାଖଣ୍ଡ ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗାଡିଟି ନୈନିତାଲର କାଲାଡୁଙ୍ଗୀରୁ ଫେରୁଥିବା ବେଳେ ଓଲଟି ପଡିଥିଲା । ଫଳରେ ୨ ଜଣ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ରହିଛନ୍ତି ।

ଉତ୍ତରାଖଣ୍ଡରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ଉତ୍ତରାଖଣ୍ଡ ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନୋଏଡାରୁ ନୈନିତାଲ ବୁଲିବାକୁ ଆସିଥିବା ଏଚସିଏଲ କମ୍ପାନୀର କର୍ମଚାରୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏମାନେ ଯାଉଥିବା ଗାଡିଟି ନୈନିତାଲର କାଲାଡୁଙ୍ଗୀରୁ ଫେରୁଥିବା ବେଳେ ଓଲଟି ପଡିଥିଲା । ଫଳରେ ୨ ଜଣ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ରହିଛନ୍ତି । ଅନ୍ୟ ୨୨ ଜଣ ଆହତଙ୍କୁ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାକୁ ନେଇ ଏସପି ଟ୍ରାଫିକ ନୈନିତାଲ ଜଗଦୀଶ ଚନ୍ଦ୍ର କହିଛନ୍ତି, ଡ୍ରାଇଭରକୁ ପଚରାଉଚରା ଚାଲିଛି । ଟେମ୍ପୋର ବ୍ରେକ ଫେଲ ହେବାକୁ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । ଘଟଣାରେ ୨ ଜଣ ଯୁବତୀଙ୍କର ମୃତ୍ୟୁ ହୋଇଛି । ତାଙ୍କ ପରିଜନଙ୍କୁ ଖବର ଦିଆଯାଇଛି । ଦୁଇଜଣ ଗମ୍ଭୀର ରୂପେ ଆହତ ହୋଇଥିବା ବେଳେ ଅନ୍ୟମାନଙ୍କୁ କାଲାଡୁଙ୍ଗୀ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି ।

ନିକଟରେ ଉତ୍ତରାଖଣ୍ଡ ନୈନିତାଲରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସପିଟାଲ ପଠାଇଥିଲେ ମହମ୍ମଦ ସାମି । ଏହା ଦେଖି ଶାମି ନିଜ କାର୍ ଅଟକାଇ ଦୁର୍ଘଟଣାଗ୍ରସ୍ତ କାରରୁ ଆହତଙ୍କୁ ବାହାରକୁ ଆଣି ହସ୍ପିଟାଲ ପଠାଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଇଥିଲା । ଏବେ ଏହି ଭିଡିଓ ଭାଇରଲ ହେବା ପରେ ଲୋକେ ଖୁବ୍‌ ପ୍ରଶଂସା କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.