ସ୍ତ୍ରୀର ତଣ୍ଟି ଚିପି ହତ୍ୟା ପରେ ଥାନାରେ ସ୍ୱାମୀର ଆତ୍ମସମର୍ପଣ

ସ୍ତ୍ରୀର ତଣ୍ଟି ଚିପି ହତ୍ୟା ପରେ ଥାନାରେ ସ୍ୱାମୀର ଆତ୍ମ ସମର୍ପଣ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଳକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଫାଣ୍ଡି ଛକ ଅଞ୍ଚଳରେ ଘଟିଛି ଘଟଣା । ପାରିବାରିକ କଳହରୁ ଶରତ ଖୁଣ୍ଟିଆ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ଇନ୍ଦିରା ଖୁଣ୍ଟିଆଙ୍କୁ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିଲା ।

କଣିହାଁ(କେନ୍ୟୁଜ): ସ୍ତ୍ରୀର ତଣ୍ଟି ଚିପି ହତ୍ୟା ପରେ ଥାନାରେ ସ୍ୱାମୀର ଆତ୍ମ ସମର୍ପଣ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଳକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଫାଣ୍ଡି ଛକ ଅଞ୍ଚଳରେ ଘଟିଛି ଘଟଣା । ପାରିବାରିକ କଳହରୁ ଶରତ ଖୁଣ୍ଟିଆ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ଇନ୍ଦିରା ଖୁଣ୍ଟିଆଙ୍କୁ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ଶରତ ଖୁଣ୍ଟିଆ ରେଙ୍ଗାଳି ଥାନାରେ ଆତ୍ମ ସମର୍ପଣ କରିଛି । ସୂଚନା ଅନୁଯାୟୀ ଶରତ ଖୁଣ୍ଟିଆ ନିଜ ଠାରୁ ବୟସରେ ବଡ଼ ଇନ୍ଦିରାଙ୍କୁ ଭଲ ପାଇ ବାହା ହୋଇଥିଲା ।

ତାଙ୍କର ୩ଟି ସନ୍ତାନ ଅଛନ୍ତି । ନିଜର ଘର ଖଣ୍ଡିଏ ନଥିବାରୁ ଅନ୍ୟମାନଙ୍କ ଘର ବାରଣ୍ଡାରେ ଜୀବନ ବିତାଉଥିଲେ । ସ୍ୱାମୀ ଶରତ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲି ଯାଇଥିଲେ । ବଡ଼ ପୁଅ ଲିପୁନ୍ ମଧ୍ୟ ରୋଜଗାର ଆଶାରେ ପରିବାର ଠାରୁ ଦୂରକୁ ଚାଲି ଯାଇଥିଲା । ଏଥିମଧ୍ୟରେ ଇନ୍ଦିରାଙ୍କର ଅନ୍ୟ ପୁରୁଷ ସହ ପ୍ରେମ ସମ୍ପର୍କ ରହିଥିବା ସନ୍ଦେହ କରି ଶରତ ତାଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.