ସଲମାନ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଖୁବ୍‌ ଶୀଘ୍ର ଓଟିଟିରେ ରିଲିଜ୍‌ ହେବ ‘ଟାଇଗର ୩’

ଫିଲ୍ମ ‘ଟାଇଗର ୩’ ବହୁତ ଶୀଘ୍ର ଓଟିଟିରେ ରିଲିଜ ହେବ ଫ୍ୟାନ୍ସ ତାର ଅପେକ୍ଷାରେ ରହିଛିନ୍ତି । ତେବେ ସଲମାନ ଖାନଙ୍କ ଏହି ଫିଲ୍ମ ସାରା ବିଶ୍ୱରେ ୪୫୦ କୋଟିରୁ ଅଧିକ କଲେକ୍ସନ କରିସାରିଛି । ଏବେ ଦେଖିବାର ଅଛି ଫିଲ୍ମଟି ଓଟିଟିରେ କେତେ ଧମାଲ କରୁଛି ।

ବଲିଉଡ ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମୋଷ୍ଟ ପପୁଲାର ଫିଲ୍ମ ‘ଟାଇଗର ୩’ ଗତ ମାସ ନଭେମ୍ବର ୧୨ରେ ପୂରା ବିଶ୍ୱର ସିନେମା ହଲରେ ରିଲିଜ୍‌ କରାଯାଇଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି । ଏହା ବ୍ୟତୀତ ଫିଲ୍ମଟି କେବେ ଓଟିଟିରେ ରିଲିଜ ହେବ ଫ୍ୟାନ୍ସ ତାର ଅପେକ୍ଷାରେ ରହିଛିନ୍ତି । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଫିଲ୍ମ ‘ଟାଇଗର ୩’ କେବେ ରିଲିଜ ହେବ । ତେବେ ସଲମାନ ଖାନଙ୍କ ଏହି ଫିଲ୍ମ ସାରା ବିଶ୍ୱରେ ୪୫୦ କୋଟିରୁ ଅଧିକ କଲେକ୍ସନ କରିସାରିଛି । ଏହା ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଫିଲ୍ମ ‘ଟାଇଗର ୩’ ବହୁତ ଶୀଘ୍ର ୩୦୦ କୋଟି ଟଙ୍କା ଅତିକ୍ରମ କରିବାକୁ ଯାଉଛି ।

ମନିଷ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଟାଇଗର ୩’ ଟାଇଗର ଫ୍ରାଞ୍ଚଇଜ୍‌ର ତୃତୀୟ ଫିଲ୍ମ । ଏହା ପୂର୍ବରୁ ‘ଏକ ଥା ଟାଇଗର’ ଏବଂ ‘ଟାଇଜର ଜିନ୍ଦା ହେ’ ରିଲିଜ୍‌ ହୋଇସାରିଛି । ଏହି ଦୁଇଟି ଫିଲ୍ମକୁ ଆଦିତ୍ୟା ଚୋପଡା ପ୍ରଡ୍ୟୁସ କରିଥିଲେ । ତେବେ ସୂଚନା ମୁତାବକ, ଏବେ ‘ଟାଇଗର ୩’ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି । କିନ୍ତୁ ଏହି ଫିଲ୍ମ ଓଟିଟିରେ ରିଲିଜ୍‌ ହେବାକୁ ନେଇ କିଛି ଅଫିସିଆଲ ଆନାଉନ୍ସମେଣ୍ଟ ହୋଇନାହିଁ ।

ଫିଲ୍ମ ‘ଟାଇଗର ୩’ରେ ସଲମାନ ଖାନ୍‌ ଏଜେଣ୍ଟ ଟାଇଗର ଓ କ୍ୟାଟ୍ରିନା କୈଫ ଜୋୟାଙ୍କ ଚରିତ୍ରରେ ନଜର ଆସିଛନ୍ତି । ସେହିପରି ଫିଲ୍ମରେ ଇମ୍ରାନ ହାସମି ଭିଲିଆନ୍‌ ରୋଲରେ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏମାନଙ୍କ ବ୍ୟତୀତ ଫିଲ୍ମରେ ରେବତୀ ଓ ରିଦ୍ଧି ଡୋଗ୍ରାଙ୍କ ଭଳି କଳାକାର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ତେବେ ଯଦି ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନ କଥା କହିବା, ତାହେଲେ ରଣବୀର କପୁରଙ୍କ ‘ଆନିମଲ’ ରହିଲି ହେବା ପରେ, ଏହି ଫିଲ୍ମର ରୋଜଗାରରେ ବ୍ରେକ୍‌ ଲାଗିଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଫିଲ୍ମ ‘ଟାଇଗର ୩’ ଭାରତରେ ୨୮୦ କୋଟି ଟଙ୍କା କଲେକ୍ସନ କରିସାରିଛି । ତେବେ ଏହା ଦେଖିବାର ଅଛି ଯେ ଫିଲ୍ମ ‘ଆନିମଲ’ ଓ ଫିଲ୍ମ ‘ସାମ୍‌ ବାହାଦୂର’ ସାମ୍ନାରେ ଫିଲ୍ମ ‘ଟାଇଗର ୩’ ୩୦୦ କୋଟ ଟଙ୍କା ରୋଜଗାର କରିପାରୁଛି ନା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.